ଓଡିଶା

odisha

କୋଭିଡ ଆକ୍ରାନ୍ତ-HIV ରୋଗୀଙ୍କ କୋଳରୁ ଜନ୍ମ ନେଲା ସୁସ୍ଥ ସନ୍ତାନ

By

Published : May 17, 2021, 8:56 AM IST

କୋରୋନା କାଳରେ କୋଭିଡ ଆକ୍ରାନ୍ତ ଏବଂ ଏଚଆଇଭି ପଜିଟିଭ୍ ଥିବା ଗର୍ଭସ୍ଥ ମାଆ ଠାରୁ ଏକ ସୁସ୍ଥ ଶିଶୁକୁ ଜନ୍ମ କରାଇବାରେ ସକ୍ଷମ ହୋଇଛନ୍ତି ଡାକ୍ତର ଓ ନର୍ସଙ୍କ ମିଳିତ ଟିମ୍ । ଅଧିକ ପଢନ୍ତୁ...

କୋଭିଡ ଆକ୍ରାନ୍ତ-HIV ରୋଗୀଙ୍କ କୋଳରୁ ଜନ୍ମ ନେଲା ସୁସ୍ଥ ସନ୍ତାନ
କୋଭିଡ ଆକ୍ରାନ୍ତ-HIV ରୋଗୀଙ୍କ କୋଳରୁ ଜନ୍ମ ନେଲା ସୁସ୍ଥ ସନ୍ତାନ

ବ୍ରହ୍ମପୁର: କୋରୋନା କାଳରେ କୋଭିଡ ଆକ୍ରାନ୍ତ ଏବଂ ଏଚଆଇଭି ପଜିଟିଭ୍ ଥିବା ଗର୍ଭସ୍ଥ ମାଆ ଠାରୁ ଏକ ସୁସ୍ଥ ଶିଶୁକୁ ଜନ୍ମ କରାଇବାରେ ସକ୍ଷମ ହୋଇଛନ୍ତି ଡାକ୍ତର ଓ ନର୍ସଙ୍କ ମିଳିତ ଟିମ୍ । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଥିବା ବେଳେ ଉଭୟ ଡାକ୍ତର ଏବଂ ନର୍ସଙ୍କ ପକ୍ଷରୁ କେକ୍ କାଟି ଖୁସି ମନାଇଥିବା ଦେଖିବାକୁ ମିଳିଛି ।

କୋଭିଡ ଆକ୍ରାନ୍ତ-HIV ରୋଗୀଙ୍କ କୋଳରୁ ଜନ୍ମ ନେଲା ସୁସ୍ଥ ସନ୍ତାନ

କୋଭିଡର ଦ୍ବିତୀୟ ଲହରକୁ ନେଇ ସମସ୍ତଙ୍କ ମଧ୍ୟରେ ରୋଗୀଙ୍କୁ କଥା ଶୁଣିଲେ ଏକପ୍ରକାର ଭୟଭୀତ ହୋଇପଡୁଥିବା ବେଳେ ସହରର ବ୍ରହ୍ମପୁର ନଗର ଚିକିତ୍ସାଳୟ ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନଗର ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଭାଗରେ ଜଣେ ୨୩ ବର୍ଷୀୟ ଗର୍ଭବତୀ ମହିଳା ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ମହିଳା ଜଣଙ୍କ ପୂର୍ବରୁ ଏଚଆଇଭି ପଜିଟିଭ ରହିଥିଲେ ଏବଂ କୋଭିଡରେ ସଂକ୍ରମିତ ରହିଥିବାରୁ ଡାକ୍ତରଙ୍କ ଉପସ୍ଥିତିରେ ସମସ୍ତ ପ୍ରକାର ସତର୍କତା ମଧ୍ୟରେ ଏକ ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ଶିଶୁର ଓଜନ ରହିଛି ୨ କିଲୋ ୬୦୦ ଗ୍ରାମ ।

ନବଜାତ ଶିଶୁଟିର କୋଭିଡ ରିପୋର୍ଟ ନେଗେଟିଭ୍ ରହିଥିବା ବେଳେ ଆଇସୋଲେସନ ୱାର୍ଡରେ ରଖାଯାଇଛି ଏବଂ ସେ ସୁସ୍ଥ ରହିଥିବା ଜଣାଯାଇଛି। ଶିଶୁଟିର ବାପା ସୁରାଟରେ କାମ କରୁଥିବା ବେଳେ ଆଗାମୀ 6 ସପ୍ତାହ ପରେ ଶିଶୁଟିର ଏଚ୍ଆଇଭି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ନଗର ଚିକିତ୍ସାଳୟକୁ ଡେଡିକେଟ୍ କୋଭିଡ ହସ୍ପିଟାଲ କରାଯାଇଥିବା ବେଳେ ସେଠାରେ ଗର୍ଭବତୀ ମହିଳାଙ୍କ ପାଇଁ ନଗର ଚିକିତ୍ସାଳୟ ପରିସରରେ ୨୫ ଟି ଶଯ୍ୟା ରଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details