ଓଡିଶା

odisha

ETV Bharat / state

ବିକ୍ରମ ପଣ୍ଡାଙ୍କୁ ଗୋପାଳପୁର ଦାୟିତ୍ୱ ଦେଲା ବିଜେଡି ! ସାମନାରେ ପ୍ରଦୀପ ପାଣିଗ୍ରାହୀ - Pradeep Kumar Panigrahy

ପାଖେଇ ଆସୁଛି ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ । ଏଥିପାଇଁ ସାରା ରାଜ୍ୟରେ ଏବେ ନିର୍ବାଚନ ମାହୋଲ । ଏହି ନିର୍ବାଚନ ମାହୋଲ ଭିତରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ବଢିବାରେ ଲାଗିଛି । କାରଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେଡି ପାଇଁ ଗୋପାଳପୁର ବେଶ ଆହ୍ବାନ ହୋଇପଡିଛି। ଅଧିକ ପଢନ୍ତୁ

ବିକ୍ରମ ପଣ୍ଡାଙ୍କୁ ଗୋପାଲପୁର ଦାୟିତ୍ବ ଦେଲା ବିଜେଡି ! ସାମନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ
ବିକ୍ରମ ପଣ୍ଡାଙ୍କୁ ଗୋପାଲପୁର ଦାୟିତ୍ବ ଦେଲା ବିଜେଡି ! ସାମନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

By

Published : Jul 21, 2023, 9:59 PM IST

Updated : Jul 22, 2023, 4:36 PM IST

ବିକ୍ରମ ପଣ୍ଡାଙ୍କୁ ଗୋପାଲପୁର ଦାୟିତ୍ବ ଦେଲା ବିଜେଡି ! ସାମନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ଚର୍ଚ୍ଚାରେ ଗୋପାଳପୁର ନିର୍ବାଚନମଣ୍ଡଳୀ। ‘ଆମ ଓଡିଶା ନବୀନ ଓଡିଶା’ର ସଫଳତା ପାଇଁ ମଙ୍ଗ ଧରିଲେ ବିଧାୟକ ବିକ୍ରମ ପଣ୍ଡା । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିବା ବିକ୍ରମ ପଣ୍ଡାଙ୍କୁ ହଠାତ ଗୋପାଳପୁର ଦାୟିତ୍ବ ବିଜେଡି ଦେବା ନେଇ ଏବେ ଯୋରଦାର ଚର୍ଚ୍ଚା । କାରଣ ଜିଲ୍ଲାରେ ଏକାଧିକ ବରିଷ୍ଠ ଓ ଅନୁଭବୀ ଦଳୀୟ ନେତା ଅଛନ୍ତି । ସମସ୍ତଙ୍କୁ ବାଦଦେଇ ବିକ୍ରମଙ୍କୁ ଗୁରୁତ୍ବପୂର୍ଣ୍ଣ ଗୋପାଳପୁର ଦାୟିତ୍ବ ଦେବା ପଛରେ ଯୋଜନାବଦ୍ଧ ରଣନୀତି ହୋଇଥିବା ଚର୍ଚ୍ଚା ଚାଲିଛି ।

ଏହାବି ପଢନ୍ତୁ- ପଦ୍ମ ଧରିବେ କି ପ୍ରଦୀପ ? ବିଜେପି ପାଇଁ ପ୍ରଦୀପ ମାଗିଲେ ଭୋଟ

ପାଖେଇ ଆସୁଛି ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ । ଏଥିପାଇଁ ସାରା ରାଜ୍ୟରେ ଏବେ ନିର୍ବାଚନ ମାହୋଲ । ଏହି ନିର୍ବାଚନ ମାହୋଲ ଭିତରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ବଢିବାରେ ଲାଗିଛି । କାରଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେଡି ପାଇଁ ଗୋପାଳପୁର ବେଶ ଆହ୍ବାନ ହୋଇପଡିଛି। ଏଥିପାଇଁ ଦଳ 2020 ରୁ ମସିହାରୁ ପରୀକ୍ଷା ନିରୀକ୍ଷା ଜାରି ରଖିଛି ।

ରାଜ୍ୟ ସରକାର ଆରମ୍ଭ କରିଥିବା ନୂଆ ଯୋଜନା ଆମ ଓଡିଶା ନବୀନ ଓଡିଶା ଯୋଜନାର ସଫଳ ରୂପାୟନ ପାଇଁ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ଦେଇଛି । ବିକ୍ରମ ପଣ୍ଡା ଗତକାଲି ଦାୟିତ୍ବ ପାଇବା ପରେ ଆଜି ଗୋପାଳପୁରରେ ପହଞ୍ଚି ଦଳୀୟ ନେତା କର୍ମୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଏତତ ବ୍ୟତୀତ ଦଳୀୟ ସଂଗଠନ କିପରି ସୁଦୃଢ ହେବ ସେନେଇ ଆଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତକୁ ପଚାଶ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି । ସେହି ଆଧାରରେ ଗୋପାଳପୁର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତକୁ ଏହି ଅନୁଦାନ ଅର୍ଥ ମିଳିବ । ଏହାର ସଠିକ ବିନିଯୋଗ ଓ ଗାଁର ବିକାଶ ପାଇଁ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଥିବା ଆଲୋଚନା ହେଉଛି ।

ଏନେଇ ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି, ‘‘ଆମ ଓଡିଶା ନବୀନ ଓଡିଶା ଯୋଜନାର ସଫଳ ରୂପାୟନ ମାଧ୍ୟମରେ କିପରି ନିଜ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ କରିହେବ ତାହାକୁ ନେଇ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ ନିର୍ବାଚିତ ଜନପ୍ରତିନିଧି ଏବଂ ବିଭିନ୍ନ ବର୍ଗ ସହିତ ଆଲୋଚନା କରି ଜଗନ୍ନାଥ ସଂସ୍କୃତିର ଉନ୍ନତି କରାଯିବ ।"

ବିଧାୟକଙ୍କ ବହିଷ୍କୃତ ପରେ ପରେ ଦଳ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ଗୋପାଳପୁର ବିଜେଡିରେ ହଠାତ ଆର୍ବାଭାବ ହେଲେ । ବିଜେଡିର କାର୍ଯ୍ୟକ୍ରମରେ ଯୋଗଦେବା ସହ ପୁରା ପଞ୍ଚାୟତ ନିର୍ବାଚନକୁ ପରିଚାଳନା କରିଥିଲେ । ପରେ ପରେ ଗତ କିଛି ମାସ ଧରି ପୁଣି ଥରେ ଗୋପାଳପୁର ମୈଦାନରେ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦେଖାଦେଲେ । ଏବେ ଉଭୟ ସିଦ୍ଧାନ୍ତ ଓ ଗୋପବନ୍ଧୁ ଗୋପାଳପୁରରେ ଦେଖାଯାଉ ନାହାଁନ୍ତି ।

ଏହାବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରଦୀପ, ପଚାରିଲେ 23 ବର୍ଷ ହେଲା କୁଆଡେ ଯାଇଥିଲେ

ଜନ ବିରୋଧୀ ଅଭିଯୋଗରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିବା ଗୋପାଳପୁରର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପରେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଦଳର ଦାୟିତ୍ବ ଜଣଙ୍କ ପରେ ଜଣେ ନୂଆ ନେତାଙ୍କୁ ପ୍ରଦାନ କରାଯାଉଛି । ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯିବା ଏବଂ ସେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବା ପରେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଆମ ଓଡିଶା- ନବୀନ ଓଡିଶାର ଯୋଜନାର ସଫଳତା ପାଇଁ ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ଦିଆଯିବା ନେଇ ବେଶ ଖୁସି ଦଳୀୟ କର୍ମୀ।

କିନ୍ତୁ ଗୋପାଳପୁରରୁ ଲାଗାତାର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା ଚାଲିଛି । ପ୍ରଦୀପ ମଧ୍ୟ ମୈଦାନରେ ରହି ସଂଗଠନ ସଜାଡିବା ସହିତ ନିଜ ସମର୍ଥକ ଓ ଶୁଭେଛୁଙ୍କୁ ସାକ୍ଷାତ ଆଲୋଚନା କରୁଛନ୍ତି । ଏତତ ବ୍ୟତୀତ ବିଭିନ୍ନ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଆଗାମୀ ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀ ଲଢିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବିଜେଡିରୁ ବହିଷ୍କୃତ ହେବା ପରେ ମଧ୍ୟ କେଉଁ ଦଳକୁ ଯିବେ ଅସ୍ପଷ୍ଟ ରହିଛି । ହେଲେ ପ୍ରଦୀପଙ୍କ ପ୍ରଭାବ ଗୋପାଳପୁରରେ ରହିଛି । ସେ ଯେଉଁ ଦଳକୁ ଗଲେ ମଧ୍ୟ ବିଜେଡି ପାଇଁ ବିପଦ ହୋଇପାରନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jul 22, 2023, 4:36 PM IST

ABOUT THE AUTHOR

...view details