ଓଡିଶା

odisha

ETV Bharat / state

ନିଜ ଜିଲ୍ଲାକୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ, ପ୍ୟାକେଜ ଘୋଷଣା ନେଇ ବର୍ଷିଲେ ଗୋପାଳପୁର ବିଧାୟକ - cm naveen neglected ganjam district

ଗଞ୍ଜାମ ଜିଲ୍ଲାକୁ ଅଣଦେଖା ଅଭିଯୋଗ । ଜିଲ୍ଲାରେ ସବୁ କିଛି ଥାଇ ବି ରାଜ୍ୟ ସରକାରଙ୍କ ଜିଲ୍ଲା ପ୍ରତି ଦୃଷ୍ଟି ନାହିଁ । ଏମିକି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ

ଗଞ୍ଜାମ ଜିଲ୍ଲାକୁ ସରକାରଙ୍କ ଅଣଦେଖା, ପ୍ୟାକେଜ ଘୋଷଣା ନେଇ ବର୍ଷିଲେ ଗୋପାଳପୁର ବିଧାୟକ
ଗଞ୍ଜାମ ଜିଲ୍ଲାକୁ ସରକାରଙ୍କ ଅଣଦେଖା, ପ୍ୟାକେଜ ଘୋଷଣା ନେଇ ବର୍ଷିଲେ ଗୋପାଳପୁର ବିଧାୟକ

By

Published : Nov 2, 2022, 11:31 AM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ସବୁ କିଛି ଅଛି ହେଲେ ରାଜ୍ୟ ସରକାରଙ୍କର ଜିଲ୍ଲା ପ୍ରତି ଦୃଷ୍ଟି ନାହିଁ । ଜିଲ୍ଲାକୁ ଅଣଦେଖା କରାଯାଉଛି । ଜିଲ୍ଲା ପ୍ରତି ସରକାର କୌଣସି ପ୍ୟାକେଜ ଘୋଷଣା କରିନାହାନ୍ତି । ରାଜ୍ୟ ସରକାରଙ୍କ ଗଞ୍ଜାମ ଜିଲ୍ଲା ପ୍ୟାକେଜ ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ଏମିତି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ । ଇନ୍ଦ୍ରାକ୍ଷୀ ଗ୍ରାମପଞ୍ଚାୟତ ବିଭିନ୍ନ ଗାଁ ବୁଲିବା ପରେ ଏମିତି କିଛି କହିଛନ୍ତି ବିଧାୟକ ।

ଗଞ୍ଜାମ ଜିଲ୍ଲାକୁ ସରକାରଙ୍କ ଅଣଦେଖା, ପ୍ୟାକେଜ ଘୋଷଣା ନେଇ ବର୍ଷିଲେ ଗୋପାଳପୁର ବିଧାୟକ

ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟାରେ ଆହୁରି କହିଛନ୍ତି,''ଏଠାରେ ଅରାଜକତାର ଚରମ ସୀମାରେ ପହଞ୍ଚିଛି । ଗୋପାଳପୁର ନିର୍ବାଚନମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କର ହେଲେ ନିଜ ଜିଲ୍ଲାର ଉନ୍ନୟନ ପାଇଁ ପ୍ୟାକେଜ ଘୋଷଣା କେବେ ହେବ ବୋଲି ପ୍ରଶ୍ନ କରିଛନ୍ତି ନାଁ ଏହାର ଆବଶ୍ୟକତା ନାହିଁ ବୋଲି ଆକ୍ଷେପ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନ ପୂର୍ବରୁ କେବଳ ଶୁଖିଲା ପ୍ୟାକେଜ ଘୋଷଣା କରାଯାଉଥିବା କହିବା ସହିତ ରାଜ୍ୟରେ ପୁରୀ, ଜୟପୁର, ରାଉରକେଲା, ଝାରସୁଗୁଡା , ମାଲକାନଗିରି ଭଳି ସ୍ଥାନରେ ଏୟାରପୋର୍ଟ କରାଯିବାକୁ ଘୋଷଣା କରାଯାଉଛି ହେଲେ ଦୀର୍ଷ ଧରି ଦାବି କରାଯାଇ ଆସୁଥିବା ଗଞ୍ଜାମ ଜିଲ୍ଲାରେ ଏହା ହେଇପାରୁନାହିଁ ।''

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ଚନ୍ଦ୍ର ଗ୍ରହଣର ତୃଟିପର୍ଣ୍ଣ ନୀତି ହେଲା ପରିବର୍ତ୍ତନ

ଜିଲ୍ଲାରେ ୪୦ ଲକ୍ଷ ଲୋକ ରହିଥିବା ମଧ୍ୟ ବିକାଶକୁ ଗୁରୁତ୍ୱ ଦିଆଯାଉନାହିଁ । ଏଠାରେ ଟାଟାର ଇଣ୍ଡାଷ୍ଟିଆଲ ପାର୍କ ରହିଛି, ଗୋପାଳପୁର ବନ୍ଦର ଠାରୁ ଆଇ.ଆର୍.ଇ ଭଳି ଅନେକ ଶିଳ୍ପାନୁଷ୍ଠାନ ରହିଥିଲେ ମଧ୍ୟ ଏୟାରପୋର୍ଟକୁ ଗୁରୁତ୍ୱ ଦିଆନଯିବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ । କୌଣସି ମନ୍ତ୍ରୀ ସେମାନଙ୍କ ବିଭାଗର ଘୋଷଣା କରିପାରୁନାହିଁ । ଏଣୁ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି କହିବା ସହିତ ଟାଟା ପ୍ରସ୍ତାବିତ ଜମି ନିକଟରେ ଦୀପକ ଫଟିଲାଇଜର୍ ପ୍ରକଳ୍ପକୁ ଗ୍ରାମବାସୀ ବିରୋଧ କରୁଥିବା ଘଟଣାରେ ୧୯୯୫ ମସିହାରୁ ଗ୍ରାମବାସୀ ଜମି ଦେଇଥିବାରୁ ଇତି ମଧ୍ୟରେ କୌଣସି ପ୍ରକଳ୍ପ ହୋଇନଥିବାରୁ ପ୍ରତିବାଦ କରିବା ସ୍ୱାଭାବିକ ବୋଲି କହିବା ସହିତ ଏଠାକାର ପରିବେଶରେ ସାର ପ୍ରକଳ୍ପ କରାଯିବା ଅନୁପଯୁକ୍ତ ବୋଲି କହିଛନ୍ତି । ନିର୍ବାଚିତ ପ୍ରତିନିଧି ମାନେ ଭୟ ନକରିବାକୁ ପରାମର୍ଶ ଦେବା ସହିତ ଅନ୍ୟାୟ ଦୁର୍ନୀତି ବିରୋଧରେ ପ୍ରତ୍ୟେକ ଅଧିକାରୀ ନିଜ ବିଭାଗରେ ଦୁର୍ନୀତି ହେଉନି ବୋଲି ଶପଥ ନେଇ ଘୋଷଣା କରନ୍ତୁ ବୋଲି କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details