ଓଡିଶା

odisha

ETV Bharat / state

କେବେ କାର୍ଯ୍ୟକ୍ଷମ ହେବ ଗୋପାଳପୁର ଇକୋ ରିଟ୍ରିଟ୍ ହବ୍, ଭୁଲିଗଲା କି ପ୍ରଶାସନ ? - ଗୋପାଳପୁର ଇକୋ ରିଟ୍ରିଟ୍ ହବ୍

Gopalpur Eco retreat Problem: ନିର୍ମାଣ ଶେଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ ଗୋପାଳପୁରର ଇକୋ ରିଟ୍ରିଟ୍ ହବ୍। ନିର୍ମାଣ ହେବାର 3 ବର୍ଷ ପରେ ମଧ୍ୟ ଗୋପାଳପୁର ଭଳି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳରେ ହୋଇଥିବା ଇକୋ ରିଟ୍ରିଟ କାର୍ଯ୍ୟକ୍ଷମ ହୋଉନଥିବା ଯୋଗୁଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଖନ୍ତୁ ଏହି ରିପୋର୍ଟ

Gopalpur Eco retreat Problem
Gopalpur Eco retreat Problem

By ETV Bharat Odisha Team

Published : Dec 27, 2023, 10:11 PM IST

କେବେ କାର୍ଯ୍ୟକ୍ଷମ ହେବ ଗୋପାଳପୁର ଇକୋ ରିଟ୍ରିଟ୍ ହବ୍

ବ୍ରହ୍ମପୁର:ରାଜ୍ୟ ତଥା ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳ ପ୍ରତି ଉଭୟ ଦେଶ ଏବଂ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି । ପ୍ରତେକବର୍ଷ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ନିର୍ମାଣ ହେବାର 3 ବର୍ଷ ପରେ ବି ହୋଇପାରୁନାହିଁ କାର୍ଯ୍ୟକ୍ଷମ ।

9କୋଟି ବ୍ୟୟରେ ନିର୍ମାଣ କୋଠା ଏବେ କୋମାରେ ! ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ଗୋପାଳପୁରର ବେଳାଭୂମି କଡରେ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇସାରିଥିବା ଇକୋ ରିଟ୍ରିଟ୍ କେନ୍ଦ୍ର ନିର୍ମାଣ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଗତ ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଭଳି ପର୍ଯ୍ୟଟନସ୍ଥଳୀରେ ନିର୍ମାଣ ଶେଷ ହୋଇଥିବା ଇକୋ ରିଟ୍ରିଟ୍ କାର୍ଯ୍ୟକ୍ଷମ ହୋଉନଥିବା ଯୋଗୁଁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ ବେଳାଭୂମି ଗୁଡିକରେ ଅସ୍ଥାୟୀ ଇକୋ ରିଟ୍ରିଟ୍ ହବ୍ ଆରମ୍ଭ କରିବାକୁ ସରକାର ଯୋଜନା କରୁଥିବା ବେଳେ ସ୍ଥାୟୀ ଭାବରେ ନିର୍ମାଣ ଶେଷ ହୋଇଥିବା ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କୁହାଯାଇଛି । ସ୍ଥାନୀୟ ବାସିନ୍ଦା ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

2016 ମସିହାରୁ ଆରମ୍ଭ ହୋଇଥିଲା ନିର୍ମାଣ କାର୍ଯ୍ୟ:ଗୋପାଳପୁରର ଏହି ଇକୋ ରିଟ୍ରିଟରେ ପର୍ଯ୍ୟଟକ ରହିବା ପାଇଁ ୨୦୧୬ରେ ଗୋପାଳପୁର ଆଇପିଏସ୍ ଗେଷ୍ଟ ହାଉସ୍ ନିକଟରେ ପ୍ରାୟ ୪୫ ଏକର ଜମିରେ ୯ କୋଟି ଟଙ୍କା ବ୍ୟୟରେ ଇକୋ ଭିଟ୍ରିଟ୍ ହବ୍‌ କାମ ଆରମ୍ଭ କରାଯାଇଥିଲା । ବିଡିଏ ଅଧୀନରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ହବରେ ୧୪ ଗୋଟି କଟେଜ୍ ରହିଥିବା ବେଳେ ଶିଶୁ ମାନଙ୍କ ପାଇଁ ଉଦ୍ୟାନ, ଘାସ ବଗିଚା, ଗାଡ଼ି ପାକିଙ୍ଗ୍, ସୁଇମିଙ୍ଗ୍ ପୁଲ୍ ମଧ୍ୟ ରହିଛି । ଏଠାକାର କଟେଜ୍ ଠାରୁ ବେଳାଭୂମିକୁ ଯିବାକୁ ରହିଥିବା କାଠ ପୋଲ ଏହାର ମୁଖ୍ୟ ଆକର୍ଷଣ ସାଜିଛି। ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଉକ୍ତ କାଠ ପୋଲ ଉଦ୍‌ଘାଟନ ହେବାର ଅଳ୍ପ ଦିନ ମଧ୍ୟରେ ହିଁ ତାହା ବନ୍ଦ ହୋଇଯାଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଇକୋ ରିଟ୍ରିଟ୍ ଗୋପାଳପୁର ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ନହେଉଥିବା ନେଇ ସମସ୍ତେ ଏକ ପ୍ରକାର ନିରାଶ ହୋଇଥିବା କୁହଯାଇଛି ।

ଏହା ମଧ୍ୟ ପଢନ୍ତୁ: Brahmapur Eco-Retreat: ସୋନପୁର ବେଳାଭୂମିରେ କଟେଜ୍ ସାଙ୍ଗକୁ ମିଳୁଛି ବୋଟିଂର ମଜା

ଇକୋରିଟ୍ରିଟ ନିର୍ମାଣ ହେବା ସମୟରେ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନେଇ ଆଶା କରାଯାଉଥିଲା। ଏହାସହ କିଛି ନିଯୁକ୍ତି ମଳିବା ସହିତ ପର୍ଯ୍ୟଟକଙ୍କ ଏହା ଆକର୍ଷଣୀୟ ସ୍ଥାନ ପାଲଟିବ ବୋଲି ସମସ୍ତେ ଆଶା ରହିଥିଲେ। ହେଲେ ନିର୍ମାଣ ଶେଷ ପରେ କେଉଁ କାରଣ ପାଇଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ ତାହାର ନିର୍ଦ୍ଧିଷ୍ଟ ଉତ୍ତର ମଧ୍ୟ କାହାରି ପାଖରେ ନଥିବା ବେଳେ ଏହାକୁ ନେଇ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details