ଓଡିଶା

odisha

By

Published : Nov 23, 2022, 4:43 PM IST

Updated : Nov 23, 2022, 5:16 PM IST

ETV Bharat / state

ହକ ପାଇଁ ଭାବି ଶ୍ୱଶୁର ଘର ଆଗରେ ଧାରଣା ଦେଲେ ଯୁବତୀ

ନ୍ୟାୟ ଦାବିରେ ଭାବି ଶ୍ୱଶୁରଙ୍କ ଘର ଆଗରେ ଧାରଣା । ବ୍ରହ୍ମପୁରର ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ଧାରଣାରେ ବସିଛନ୍ତି ଯୁବତୀ । ଅଧିକ ପଢନ୍ତୁ

ହକ ପାଇଁ ଭାବି ଶଶୁର ଘର ଆଗରେ ଧାରଣା ଦେଲେ ଯୁବତୀ
ହକ ପାଇଁ ଭାବି ଶଶୁର ଘର ଆଗରେ ଧାରଣା ଦେଲେ ଯୁବତୀ

ବ୍ରହ୍ମପୁର:ଦୀପିକା ଦିନେଶଙ୍କ ଘଟଣା ଲୋକଙ୍କ ମନରୁ ନ ଯାଉଣୁ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଆଉ ଏକ ଘଟଣା । ନ୍ୟାୟ ଦାବିରେ ଭାବି ଶ୍ୱଶୁର ଘର ଆଗରେ ଧାରଣା ଦେଲେ ଯୁବତୀ । ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ହକ ପାଇଁ ଭାବି ଶ୍ୱଶୁର ଘର ଆଗରେ ଧାରଣା ଦେଲେ ଯୁବତୀ

ସୂଚନା ଅନୁଯାୟୀ, ପଞ୍ଚମା ଗ୍ରାମର ଲକ୍ଷ୍ମୀ ମଣ୍ଡଳଙ୍କ ସହିତ ଉକ୍ତ ଗ୍ରାମର ନୃସିଂହ ପ୍ରଧାନଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସଂପର୍କ । ଏହାପରେ ଦୁହେଁ ଗତ ୨୦୨୧ ମସିହା ନଭେମ୍ବର ମାସ ୨୭ ତାରିଖରେ ପଞ୍ଚମା ସ୍ଥିତ ଗଣେଶ ମନ୍ଦିରରେ ବିବାହ କରିଥିଲେ । ଏଥିସହ କୋର୍ଟରେ ମଧ୍ୟ ବିବାହ କରିବେ ବୋଲି ଦୁଇ ପକ୍ଷ ନୋଟାରୀରେ ଏକ ସତ୍ୟପାଠ ଦାଖଲ କରିଥିଲ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଏହାପରେ ନୃସିଂହ କୁଆଡେ ଯୁବତୀଙ୍କର ଫୋନ୍ ଉଠାଉ ନଥିଲେ । ଶେଷରେ ଯୁବତୀ ଜଣକ ବାଧ୍ୟ ହୋଇ ସ୍ଥାନିୟ ଥାନାରେ ନୃସିଂହଙ୍କ ନାମରେ ଏକ ଏତଲା ରୁଜୁ କରିଥିଲେ । ପୋଲିସ ନୃସିଂହଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ:ବ୍ରହ୍ମପୁର କଲେଜରେ ରାଗିଂ, ଦୁଇ ଛାତ୍ର ଗିରଫ

ତେବେ ନୃସିଂହ ଜେଲରୁ ଜାମିନରେ ଆସିବା ପରେ କେଉଁଆଡେ ଫେରାର ହୋଇଯାଇଥିଲେ । ସେପଟେ ଭାବି ଶ୍ୱଶୁର ଘର ପରିବାର ଲୋକେ ବିଭିନ୍ନ ସମୟରେ ଯୁବତୀ ଜଣକୁ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଗାଁ ରାସ୍ତାରେ ଯାଉଥିବା ବେଳେ ଟାହିଟାପରା କରିୁଛନ୍ତି । ଏପରିକି ରାସ୍ତାରେ ଟଣାଓଟରା କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାରପିଟ କରୁଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ଧାରଣାରତ ଯୁବତୀ ଜଣକ ।

ଏହା ମଧ୍ୟ ପଢନ୍ତୁ:ବ୍ରହ୍ମପୁରରେ ରାଗିଂ ଘଟଣା, କଲେଜରୁ ବିଦା ହେଲେ ସମସ୍ତ ଅଭିଯୁକ୍ତ

ନୃସିଂହଙ୍କ ପରିବାର ଲୋକଙ୍କ ଦିନକୁ ଦିନ ନିର୍ଯାତନା ବଢିବା ଯୋଗୁଁ ଅତିଷ୍ଠ ହୋଇ ଯାଇଛନ୍ତି ଯୁବତୀଙ୍କ ପରିବାର ଲୋକେ । ସେପଟେ ଦୀର୍ଘ ଦିନ ଧରି ନୃସିଂହଙ୍କୁ ଅପେକ୍ଷା କରି ରହିବା ପରେ କୌଣସି ସମାଧାନ ନହେବାରୁ ଶେଷରେ ବାଧ୍ୟ ହୋଇ ବ୍ରହ୍ମପୁରର ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ଧାରଣାରେ ବସିଛନ୍ତି ଯୁବତୀ । ନ୍ୟାୟ ନମିଳିବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Nov 23, 2022, 5:16 PM IST

ABOUT THE AUTHOR

...view details