ଓଡିଶା

odisha

ETV Bharat / state

ନିର୍ବାଚନୀ ଉଷ୍ମତା: ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ବଳ କଷାକଷି । ଟିକେଟ ପାଇବା ପରେ ନିଜ ନିଜ ସମର୍ଥକଙ୍କ ସହ ବାଇକ ରାଲି କରି ନିର୍ବାଚନ ମଣ୍ଡଳୀ ପରିକ୍ରମା କରିଛନ୍ତି ଉଭୟ ଦଳର ପ୍ରାର୍ଥୀ ।

By

Published : Mar 25, 2019, 6:45 AM IST

Updated : Mar 25, 2019, 7:04 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ନିର୍ବାଚନ ସମୟ ପାଖେଇ ଆସିବା ସହ ରାଜନୈତିକ ଉଷ୍ମତା ମଧ୍ୟ ବଢି ଚାଲିଛି । ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀରେ ଟିକେଟ ପାଇଲା ପରେ ଶାସକ ବିଜେଡି ଓ ବିଜେପି ତାଙ୍କର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି ।

ଶନିବାର ବିଜେଡିର ବିଧାୟକ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଟିକେଟ ପାଇବା ପରେ ନିଜ ସମର୍ଥକଙ୍କ ସହ ଏକ ବିରାଟ ବାଇକ ରାଲି କରି ନିର୍ବାଚନ ମଣ୍ଡଳୀ ବୁଲିଥିଲେ । ସେହିପରି ରବିବାର ବିଜେପିର ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋୟୀ ଟିକେଟ ପାଇବା ପରେ ବେଲଗୁଣ୍ଠା ବ୍ଳକ ମଙ୍ଗଳପୁର ଠାରୁ ବାଇକ ରାଲି ବାହାରି କରି ସୋରଡା ବ୍ଳକ ବଡଗଡଠାରେ ସମାପ୍ତ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନାଯୋଗ୍ୟ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ 2 ଥର ବିଜେଡିର ବିଧାୟକ ହୋଇଥିବା ବେଳେ ଏଥର ବିଜେପି ସହ କଡା ଟକ୍କର ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ପୁଣି ଥରେ ପୂର୍ଣ୍ଣଚନ୍ଦ୍ର ଶାସନ କରିବେ ନା ବିଜେପି ପ୍ରାର୍ଥୀ ନୀଳମଣି ବାଜି ମାରି ନେବେ ତାହା ନିର୍ବାଚନ ପରେ ଜଣାପଡିବ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Mar 25, 2019, 7:04 AM IST

ABOUT THE AUTHOR

...view details