ବ୍ରହ୍ମପୁର:ବିଜେରି ଯୁବ ମୋର୍ଚ୍ଚା ପ୍ରତ୍ୟେକ ଜିଲ୍ଲାରେ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ୨୨ ଟି ପ୍ରଶ୍ନ କରିଛି । ଗତ ୨୨ ବର୍ଷରେ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କ କାର୍ଯ୍ୟକଳାପକୁ ନେଇ ବ୍ରହ୍ମପୁରଠାରେ ସମାଲୋଚନା କରିଛି ଗଞ୍ଜାମ ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା । ଗଞ୍ଜାମ ଜିଲ୍ଲାରେ ମହିଳା, ଯୁବକ, ଶିଶୁ, ଚାଷୀ ଆଜି ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକରାଙ୍କୁ ଯୁବ ମୋର୍ଚ୍ଚା ପକ୍ଷରୁ ୨୨ ଗୋଟି ପ୍ରଶ୍ନ କରାଯାଇଛି ।
ବ୍ରହ୍ମପୁର ସ୍ଥିତ ଦଳର ଗାନ୍ଧୀନଗର କାର୍ଯ୍ୟାଳୟ ସମ୍ମୁଖରେ ଦଳର ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଏଲ୍.ମୋହନ ଦାସ, ଜିଲ୍ଲାର ବରିଷ୍ଠ ନେତା କାହ୍ନୁ ଚରଣ ପତିଙ୍କ ସମେତ ଦଳୀୟ ନେତୃବୃନ୍ଦ ମାନେ ଏହି ଅବସରରେ ଉପସ୍ଥିତ ରହି ରାଜ୍ୟ ସରକାର ନିଜକୁ ଏକ ନମ୍ୱର ରାଜ୍ୟ ବୋଲାଉଥିବାବେଳେ, ଗତ ୨୨ ବର୍ଷ ମଧ୍ୟରେ ସବୁ କ୍ଷେତ୍ରରେ ପଛୁଆ ରହିଥିବା କହିଛନ୍ତି ଦଳୀୟ ନେତୃବୃନ୍ଦ ।
ଗଞ୍ଜାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଏଲ୍.ମୋହନ ଦାସ କହିଛନ୍ତି, "ବିଶ୍ବସ୍ତରୀୟ ପାଇପ ଜଳ ଯୋଗାଣ କିପରି ହୋଇଛି ରାଜ୍ୟ ସରକାର ଏହାର ଉତ୍ତର ଜନ ସାଧାରଣଙ୍କ ପାଖରେ ରଖନ୍ତୁ । ସୀମା ବର୍ତ୍ତୀ ସୁରକ୍ଷା, ନଦୀ ସୁରକ୍ଷା, ବନ୍ୟା ପରିଚାଳନାର ଅବ୍ୟବସ୍ଥା, ଅପପୃଷ୍ଟି ଓ ଶିଶୁ ମୃତ୍ୟୁ ଦାରିଦ୍ର ସୀମା ରେଖା ତଳେ ଓଡିଶା, ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାର ଦୂରାବସ୍ଥା ମହିଳା ଓ ଶିଶୁ ସୁରକ୍ଷା, ଆଇନ ଶୃଙ୍ଖଳାର ଅବ୍ୟବସ୍ଥା, ନିଶା ଜନିତ ଅପରାଧ ବୃଦ୍ଧି, ଚାଷୀ ସମସ୍ୟା, କୃଷିର ଅବ୍ୟବସ୍ଥା, ଶକ୍ତି ବିଭାଗର ଚଞ୍ଚକତା, ଶିକ୍ଷା ବିଭାଗର ଅବ୍ୟବସ୍ଥା, ମେକ୍ ଇନ ଓଡିଶା ବିଫଳ, ରାଜ୍ୟର ଶିଳ୍ପ ଶିଳ୍ପାୟନର ସମସ୍ୟା, ଓବିସି ବର୍ଗଙ୍କ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ କେବେ ।"