ଓଡିଶା

odisha

ETV Bharat / state

ଖସୁଛି ସଂକ୍ରମଣ; ଲୋକଙ୍କ ସହଯୋଗ ପାଇଁ ଧନ୍ୟବାଦ; ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଆହ୍ବାନ

ଗଞ୍ଜାମରେ କମୁଛି କରୋନାର ପ୍ରକୋପ । ସଚେତନତା ସହିତ ସାମାଜିକ ଦୂରତ୍ୱରକ୍ଷା ପାଇଁ ଏହା ସମ୍ଭବ ହେବାକୁ ଯାଉଛି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି । ଏହାକୁ ନେଇ ଭିଡିଓ ବାର୍ତ୍ତାରେ ଏହିସବୁ କହିଲେ ଜିଲ୍ଲାପାଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Aug 28, 2020, 10:23 PM IST

Ganjam dm
Ganjam dm

ବ୍ରହ୍ମପୁର:ଗଞ୍ଜାମରେ କମୁଛି କୋରୋନା ପ୍ରକୋପ । ସଚେତନତା ସହିତ ସାମାଜିକ ଦୂରତ୍ୱରକ୍ଷା ପାଇଁ ଏହା ସମ୍ଭବ ହେବାକୁ ଯାଉଛି । ଦୈନିକ ଜିଲ୍ଲାରେ ୧୦ ହଜାରରୁ ଉର୍ଦ୍ଧ୍ୱ ନମୁନା ଟେଷ୍ଟ କରାଯାଉଛି । ସେଥିରୁ ଗତ କିଛିଦିନ ଧରି ଦୁଇଶହ ତଳେ ପଜିଟିଭ ଆସୁଛି । ଯାହା ଜିଲ୍ଲା ପ୍ରଶାସନ ପାଇଁ ଆଶ୍ବସ୍ତିକର ଖବର ।

ଖସୁଛି ସଂକ୍ରମଣ; ଲୋକଙ୍କ ସହଯୋଗ ପାଇଁ ଧନ୍ୟବାଦ; ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଆହ୍ବାନ

ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି । ଏସବୁ ଜନସାଧାରଣଙ୍କ ସହଯୋଗ ଯୋଗୁଁ ହୋଇଥିବା ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାର ଜନସାଧାରଣ ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ଜିଲ୍ଲାରେ ଟେଷ୍ଟଟିଙ୍ଗ ବୃଦ୍ଧି କରାଯିବାରୁ ନୂତନ ରୋଗୀଙ୍କ ଚିହ୍ନଟ ସହିତ ଚିକିତ୍ସା କରାଯାଇଛି । ଯାହାକି ଜିଲ୍ଲାରେ ନୂତନ ସଂକ୍ରମଣକୁ ରୋକିବାରେ ସଫଳ ହୋଇ ପାରିଥିବାରୁ ଜନସାଧାରଣ ସହଯୋଗରୁ ଏଭଳି ହୋଇଥିବା ଯାହାକି ଜିଲ୍ଲାରେ ନୂତନ ସଂକ୍ରମଣକୁ ରୋକିବାରେ ସଫଳ ହୋଇପାରିଥିବାରୁ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ ।

କରୋନାର ଭୂତାଣୁ ନୂଆଁ ନୂଆଁ ଟ୍ରେଣ୍ଡରେ ଆସୁଥିବାରୁ ନୂଆଁ ସଂକ୍ରମଣ ହେବାର ସମ୍ଭାବନା ଅଛି । ଆହୁରି ସଚେତନତା ସହିତ ସାମାଜିକ ଦୂରତାର କଡା ପାଳନ କରିବା କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କୋରୋନାର ଲକ୍ଷଣ ନିଜ ପରିବାରରେ, ସାହିରେ କିମ୍ୱା ଗ୍ରାମରେ ଦେଖାଦେଲେ ତୁରନ୍ତ କୋଭିଡ ମନିଟର ଠାରୁ ଆରମ୍ଭ କରି ଆଶା ଓ ଅଙ୍ଗନାୱାଡି ଏବଂ ଏଏନଏମଙ୍କୁ ଅବଗତ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ସେହିପରି ଘରୁ ବାହାରିଲେ ବିନା ମାସ୍କରେ ନ ବାହାରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ପରସ୍ପର ଠାରୁ ଦୁଇ ମିଟର ଦୂରତ୍ୱ ଅବଲମ୍ୱନ କରିବା ସହ ବାରମ୍ୱାର ହାତ ଧୋଇବାର ଅଭ୍ୟାସ ଜାରି ରଖିବାକୁ ସେ କହିଛନ୍ତି । ବ୍ୟବସାୟୀ ମାନେ ମଧ୍ୟ ପଞ୍ଚସୁତ୍ରୀ ନିୟମ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ଭିଡିଓ ବାର୍ତ୍ତାରେ ଅନୁରୋଧ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details