ଓଡିଶା

odisha

ETV Bharat / state

ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବ ମୋବାଇଲ ନମ୍ବର

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିବା ପାଇଁ ଏକ ନୂତନ ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ମୋବାଇଲ ନମ୍ବର ୯୪୩୭୫୬୩୮୦୦ କୁ ଫୋନ କରି କିମ୍ବା ମେସେଜ୍ ସହିତ ହ୍ବାର୍ଟସ ଆପ ମାଧ୍ୟମରେ ସେମାନେ ଦରଖାସ୍ତର ଫଟୋ ସହିତ ସମସ୍ୟାର ଫଟୋ ଓ ତଥ୍ୟକୁ ପଠାଇପାରିବେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 22, 2019, 2:55 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିବା ପାଇଁ ଏକ ନୂତନ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ଯେଉଁ ବ୍ୟକ୍ତି ବିଶେଷ ନିଜର ସମସ୍ୟା ତଥା ଅଭିଯୋଗ ପାଇଁ ଅଭିଯୋଗ ଶୁଣାଣି କେନ୍ଦ୍ର ନିକଟକୁ ଆସି ପାରୁନାହାଁନ୍ତି ସେମାନେ ନିଜ ନିଜର ଯେ କୌଣସି ଅସୁବିଧା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇପାରିବେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ତେବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ମୋବାଇଲ ନମ୍ବର( ୯୪୩୭୫୬୩୮୦୦) କୁ ଫୋନ କରି କିମ୍ବା ମେସେଜ୍ ସହିତ ହ୍ବାର୍ଟସ ଆପ ମାଧ୍ୟମରେ ସେମାନେ ଦରଖାସ୍ତର ଫଟୋ ସହିତ ସମସ୍ୟାର ଫଟୋ ଓ ତଥ୍ୟକୁ ପଠାଇପାରିବେ । ଏପରିକି ସରକାରୀ କର୍ମଚାରୀଙ୍କ ସହଯୋଗ ପାଇଁ ଏଥିରେ ଅବଗତ କରାଇ ପାରିବେ ।

ମୁଖ୍ୟତଃ ଜିଲ୍ଲାବାସୀଙ୍କୁ ଉତ୍ତମସେବା ଯୋଗାଇଦେବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଥିବା ବେଳେ ଅଭିଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କ ବିଷୟକୁ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯିବ । ସମସ୍ୟାର ଖୁବଶୀଘ୍ର ତାହାର ତ୍ବରିତ ପଦକ୍ଷେପ ନିଆଯାଇ ପୁଣି ସେହି ମୋବାଇଲ ନମ୍ବର ମାଧ୍ୟମରେ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details