ଓଡିଶା

odisha

ଗଞ୍ଜାମରେ କୋରୋନା ମାମଲା ଜିରୋ କରିବାକୁ ଆହ୍ବାନ କଲେ ଜିଲ୍ଲାପାଳ

By

Published : Oct 5, 2020, 8:13 AM IST

ଗଞ୍ଜାମବାସୀଙ୍କ ସତର୍କ କରିବାକୁ ଏକ ଭିଡିଓ ଜାରି କଲେ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ଅନଲକ ପ୍ରକ୍ରିୟା ଜୀବିକା ପାଇଁ ଖୋଲାଯାଇଛି, ତେଣୁ ଅଯଥା ଯାତ୍ରା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଗଞ୍ଜାମରେ କୋରୋନା ସକ୍ରିୟ ମାମଲାକୁ ଜିରୋ କରିବାକୁ ଜିଲ୍ଲାପାଳଙ୍କ ବାର୍ତ୍ତା
ଗଞ୍ଜାମରେ କୋରୋନା ସକ୍ରିୟ ମାମଲାକୁ ଜିରୋ କରିବାକୁ ଜିଲ୍ଲାପାଳଙ୍କ ବାର୍ତ୍ତା

ବ୍ରହ୍ମପୁର: ଗଞ୍ଜାମରେ କୋରୋନାକୁ ନିୟନ୍ତ୍ରଣ କରାଯାଇ ପାରିଛି। ଅନଲକ ପ୍ରକ୍ରିୟାରେ ଜୀବିକାକୁ ସ୍ବାଭାବିକ କରାଯାଇଛି । ହେଲେ ସଂକ୍ରମଣ ସମ୍ପୂର୍ଣ୍ଣ ମୂଳପୋଛ ହୋଇନାହିଁ । ଏହି ଭାଇରସ ବିରୋଧରେ ଏଯାବତ ନା କୌଣସି ଔଷଧ ଆସିଛି ନା ଭ୍ୟାକ୍ସିନ । ତେଣୁ ଅଯଥା ଯାତାୟାତକୁ ଏଡାଇବାକୁ ପଡିବ । ଏଥିସହ ଜିଲ୍ଲାରେ ଜିରୋ ଆକ୍ଟିଭ କେସ ବା ସକ୍ରିୟ ମାମଲା କରିବାକୁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଗଞ୍ଜାମରେ କୋରୋନା ସକ୍ରିୟ ମାମଲାକୁ ଜିରୋ କରିବାକୁ ଜିଲ୍ଲାପାଳଙ୍କ ବାର୍ତ୍ତା

ଅକ୍ଟୋବର 1ରୁ ଅନଲକ -5 ଆରମ୍ଭ ହୋଇଛି । ପୂର୍ବ ଅପେକ୍ଷା ଏଥର ଅନେକ କଟକଣା କୋହଳ ହୋଇଛି । ଏପରି ସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ଏକ ଭିଡିଓ ଜାରି କରି ଜିଲ୍ଲାରେ ଜିରୋ ସଂକ୍ରମଣ କରିବାକୁ ଜିଲ୍ଲାବାସୀଙ୍କ ଆହ୍ବାନ କରିଛନ୍ତି । ନିଜ ସ୍ବାସ୍ଥ୍ୟ ନିଜ ହାତରେ ବୋଲି କୁଲାଙ୍ଗେ କହିଛନ୍ତି ।

ଅତ୍ୟାବଶ୍ୟକତା କିମ୍ବା ଜରୁରୀ କାର୍ଯ୍ୟ ନଥିଲେ କୈଣସି ସ୍ଥାନକୁ ଯାତ୍ରା ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଚାଲି, ଚାଲି ଯିବା ପାଇଁ କିମ୍ବା ନିଜ ଘରେ ରହିଥିବା ସାଇକେଲ, ବାଇକ ବ୍ୟବହାର କରିବାକୁ ଜିଲ୍ଲାପାଳ କହିଛନ୍ତି । ଏପରିକି ଅଟୋରିକ୍ସା ବ୍ୟବହାର କରୁଥିଲେ ଏ ନେଇ ଅଧିକ ସତର୍କ ରହିବା ସହିତ ଯାତ୍ରା ସମୟରେ ମାସ୍କ, ଆଖିରେ ଚଷମା ଏବଂ ହାତରେ ଗ୍ଳୋବସ ପିନ୍ଧିବାକୁ ସେ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details