ଓଡିଶା

odisha

ETV Bharat / state

ଅସହାୟ ହେଉଛି କଷ୍ଟ, ଯନ୍ତ୍ରଣାରେ ଛଟପଟ ଜଗନ୍ନାଥ

ମା' ପଣତକାନିର ଆଢୁଆଳରେ ଦିନ କାଟୁଛି ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ଗୋଠଗାଁର କୁନି ପୁଅ ଜଗନ୍ନାଥ। ଦଶ ବର୍ଷ ହେଲାଣି ଅଜଣା ରୋଗରେ ପୀଡିତ ସେ । ଅଧିକ ପଢନ୍ତୁ...

By

Published : Jan 12, 2020, 8:06 PM IST

Updated : Jan 14, 2020, 9:18 PM IST

ଅସହାୟ ହେଉଛି କଷ୍ଟ, ଯନ୍ତ୍ରଣାରେ ଛଟପଟ ଜଗନ୍ନାଥ
ଅସହାୟ ହେଉଛି କଷ୍ଟ, ଯନ୍ତ୍ରଣାରେ ଛଟପଟ ଜଗନ୍ନାଥ

ଭଞ୍ଜନଗର: ଅଜଣା ରୋଗରେ ଆକ୍ରାନ୍ତ କୁନିପୁଅ ଜଗନ୍ନାଥ। ମା' ପଣତକାନିର ଆଢୁଆଳରେ ଦିନ କାଟୁଛି ସେ। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି। ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ଗୋଠଗାଁରେ ବସବାସ କରନ୍ତି ପ୍ରଭାକର ପ୍ରଧାନଙ୍କ ପରିବାର।

ଅସହାୟ ହେଉଛି କଷ୍ଟ, ଯନ୍ତ୍ରଣାରେ ଛଟପଟ ଜଗନ୍ନାଥ

ପ୍ରଭାକର ଦୁଖଃ କଷ୍ଟରେ ପଡି ପର ଜମିରେ ଚାଷ କରି ବେସ ଖୁସିରେ ଚଳୁଥିଲେ ହେଲେ ଭଗବାନଙ୍କ କୋପ ଦୃଷ୍ଟିରୁ ବର୍ତ୍ତିପାରିନଥିଲେ ସେ। ଯେତେ ସନ୍ତାନ ଜନ୍ମ ହେଲେ ସବୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏପରି ଭାବେ ତାଙ୍କର 4ଟି ପୁଅ ଝିଅଙ୍କ ମୃତ୍ୟୁ ହୋଇଛି। ସମସ୍ତଙ୍କ ପାଖରୁ ଧାର କରଜ କରି ଚିକିତ୍ସା କରାଉଥିଲେ ମଧ୍ୟ ଶେଷରେ ସମସ୍ତେ ଆଖିବୁଜି ଦିଅନ୍ତି। ଆଉ ଶେଷରେ ପ୍ରଭାକରଙ୍କ ତିନୋଟି ପୁତ୍ର ସନ୍ତାନ ଜନ୍ମ ହେଲେ ମାତ୍ର ସେମାନଙ୍କ ମଧ୍ୟରୁ ସାନ ପୁଅ ଜଗନ୍ନାଥ ପୁଣି ସେହି ଅଜଣା ରୋଗରେ ଶୀକାର ହୋଇଛି। ଜନ୍ମଠାରୁ ଦଶ ବର୍ଷ ହେଲାଣି ଅଜଣା ରୋଗରେ ପୀଡିତ ସେ।

ଜଗନ୍ନାଥକୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା। ମାତ୍ର କିଛି ସୁଫଳ ମିଳିଲାନି। ପରେ ଆଖ ପାଖ ମେଡିକାଲରେ ମଧ୍ୟ ଚିକିତ୍ସା କରାଗଲା ମାତ୍ର ଜଗାର ଚିକିତ୍ସାରେ ଏବେ ଅର୍ଥ ସାଜିଛି ବାଧକ। ଧାର କରଜ କରି ସାତ ଲକ୍ଷ ବାକି ହୋଇଗଲେଣି ଆଉ ଚିକିତ୍ସା କରିବାକୁ ସମ୍ବଳ ନାହିଁ। ସେପଟେ ଏହି ରୋଗ କାରଣରୁ କେହି ତାର ପାଖ ମାଡୁନାହାଁନ୍ତି। ରୋଗ ଡେଇଁବା ଭୟରେ ସାହି ପିଲା ଜଗା ସହିତ ମିଳାମିଶା କରୁନାହାଁନ୍ତି।

ଅନ୍ୟପଟେ ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ଏହି ପରିବାର ଠାରୁ ଦୂରେଇ ଯାଇଛି। ପ୍ରଭାକର ପୁଅକୁ ଧରି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଗୁହାରୀ କରିଛନ୍ତି ହେଲେ ଏହି ଶିଶୁ ପ୍ରତି କାହାର ଦୟା ନାହିଁ। ଶରୀର ଫାଟି ଫାଟି ଯାଉଛି। ଯନ୍ତ୍ରଣା ହେଲେ ପାଣିକୁଣ୍ଡରେ ବସିକି ରହୁଛି ଜଗା। ଏହାକୁ ଦେଖି ବାପା ମା’ଙ୍କ ଆଖିର ଲୁହ ଶୁଖୁନି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jan 14, 2020, 9:18 PM IST

ABOUT THE AUTHOR

...view details