ଓଡିଶା

odisha

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡିଦେଲା ଅବକାରୀ ବିଭାଗ

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଖଜୁରୀପଦା ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାର ପୋଲିସ  ଓ ଅବକାରୀ ବିଭାଗର  ମିଳିତ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରିଛି ।

By

Published : Nov 22, 2019, 12:04 PM IST

Published : Nov 22, 2019, 12:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜେଇ ଗଛ ପୋଡି ନଷ୍ଟ କଲା ଅବକାରୀ ବିଭାଗ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଖଜୁରୀପଦା ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁଯାୟୀ, ଖଜୁରୀପଦା ଗ୍ରାମ ନିକଟ ଜଙ୍ଗଲରେ 40 ଏକରରୁ ଉର୍ଦ୍ଧ୍ବ ଜମିରେ ଗଞ୍ଜେଇ ଚାଷ ହେଉଥିବା ନେଇ ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଏହାପରେ ପୋଲିସ ଏବଂ ଅବକାରୀ ବିଭାଗ ଶୁକ୍ରବାର ଉକ୍ତ ଜଙ୍ଗଲରେ ମିଳିତ ଭାବେ ଚଢାଉ କରି କିଛି ଗଞ୍ଜେଇ ଗଛ ପୋଡି ନଷ୍ଟ କରିଥିଲେ ।

କିଛି ସମୟ ପରେ ସେହି ଅଞ୍ଚଳର କିଛି ଆଦିବାସୀମାନେ ଜଙ୍ଗଲକୁ ଆସି ପୋଲିସ ଏବଂ ଅବକାରୀ ବିଭାଗକୁ ଘେରି ସେମାନଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଲୋକଙ୍କ ସହ ଆଲୋଚନା ପରେ ପୁଣି ଏହି ଅଭିଯାନ ଆରମ୍ଭ ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details