ଓଡିଶା

odisha

ETV Bharat / state

ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ବ୍ରହ୍ମପୁର - start

ଆସନ୍ତା ୨୯ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହେବାକୁ ଯାଉଛି ବୁଢୀ ଠାକୁରାଣୀଙ୍କ ଯାତ୍ରା। ଯାତ୍ରା ପାଇଁ ମାଆଙ୍କ ଅସ୍ଥାୟୀ ମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Mar 28, 2019, 12:40 PM IST

ବ୍ରହ୍ମପୁର: ବ୍ରହ୍ମପୁରର ଆରାଧ୍ୟ ଦେବତା ମାଆ ବୁଢୀ ଠାକୁରାଣୀ। ଆସନ୍ତା ୨୯ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହେବାକୁ ଯାଉଛି ବୁଢୀ ଠାକୁରାଣୀଙ୍କ ଯାତ୍ରା। ଯାତ୍ରା ପାଇଁ ମାଆଙ୍କ ଅସ୍ଥାୟୀ ମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ମାଆଙ୍କର ଏହି ଯାତ୍ରା ଦୀର୍ଘ ୩୨ ଦିନ ଧରି ଆୟୋଜିତ ହେବ। ସେପଟେ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଥିବା କୁହାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଆସନ୍ତାକାଲି ମଧ୍ୟରାତ୍ରରୁ ଆରମ୍ଭ ହେବ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା । ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ମାଆଙ୍କ ଏହି ଯାତ୍ରା ଚଳିତବର୍ଷ ୩୨ ଦିନ ଧରି ଆୟୋଜିତ ହେବ। ପରମ୍ପରା ଅନୁଯାୟୀ ମାଆ ନିଜ ବାପ ଘରକୁ ଆସିବେ। ତେଣୁ ମାଆଙ୍କ ପାଇଁ ଅସ୍ଥାୟୀ ମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ଦିର କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରକାର କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ବ୍ୟକ୍ତି ବିଶେଷ।

ଅନ୍ୟପଟେ ଚଳିତ ବର୍ଷର ଯାତ୍ରାକୁ ଯେପରି ସୁଚାରୁରୂପେ ପାଳନ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details