ଓଡିଶା

odisha

ETV Bharat / state

ଦୀପାବଳୀରେ ଅଗ୍ନିକାଣ୍ଡ, ଆଖିପିଛୁଳାକେ ପାଉଁଷ ହୋଇଗଲା ଦୋକାନ

ଦୀପାବଳୀ ନିମନ୍ତେ ଲଗାଯାଇଥିବା ଦୀପରୁ ଅଗ୍ନିକାଣ୍ଡ ଘଟି ଆଖି ପିଛୁଳାକେ ପାଉଁଷ ହୋଇଗଲା ଏକ ଦୋକାନ।

By

Published : Oct 27, 2019, 10:05 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ସାରା ଦେଶରେ ଆଜି ଖୁସି ଏବଂ ଉଲ୍ଲାସର ସହ ଦୀପାବଳୀ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଖେଳିଯାଇଛି ଦୁଖଃର ବାତାବରଣ । ଦୀପାବଳୀ ପାଇଁ ଲଗାଯାଇଥିବା ଦୀପରୁ ଅଗ୍ନିକାଣ୍ଡ ଘଟି ଆଖିପିଛୁଳାକେ ପାଉଁଷ ହୋଇଗଲା ଏକ ଦୋକାନ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସାନସୋରଡ଼ା ଗ୍ରାମରେ ଘଟିଛି ଏଭଳି ଅଘଟଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସାନସୋରଡ଼ା ଗ୍ରାମରେ ଖୁସି ଏବଂ ଉଲ୍ଲାସର ସହ ଆଜି ଦୀପାବଳୀ ପାଳନ ହେଉଥିଲା । ଏହି ସମୟରେ ଗ୍ରାମର ସତ୍ୟ ନାରାୟଣ ସାହୁଙ୍କ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ତେବେ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲେ। ଘଟଣାରେ ଦୋକାନ ମାଲିକ ସତ୍ୟ ନାରାୟଣ ସାହୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details