ଓଡିଶା

odisha

ETV Bharat / state

ମଣ୍ଡିରୁ ଉଠୁନି ଧାନ, ଚାଷୀ କରୁଛନ୍ତି ରାସ୍ତାରୋକ

ଆସିକା ବ୍ଲକର ଚାଷୀ ହାତରେ ଟୋକନ୍ ଅଛି କିନ୍ତୁ ମଣ୍ଡିରେ ଧାନ ଉଠାଉନାହାଁନ୍ତି ପ୍ରଶାସନ । ମିଲର୍ସକୁ ମିଳିନାହିଁ ଅର୍ଡର । ଟାର୍ଗେଟ ମିଳି ନାହିଁ ଏପରି କହି ଚାଷୀକୁ ଭୁଆଁ ବୁଲାଇ ଚାଲିଛନ୍ତି ପ୍ରଶାସନ । ଅଧିକ ପଢନ୍ତୁ..

ମଣ୍ଡିରୁ ଉଠୁନି ଧାନ, ଚାଷୀ କରୁଛନ୍ତି ରାସ୍ତାରୋକ
ମଣ୍ଡିରୁ ଉଠୁନି ଧାନ, ଚାଷୀ କରୁଛନ୍ତି ରାସ୍ତାରୋକ

By

Published : Mar 4, 2021, 2:51 PM IST

ଭଞ୍ଜନଗର: ଆସିକା ବ୍ଲକର ଚାଷୀ ହାତରେ ଟୋକନ୍ ଅଛି କିନ୍ତୁ ମଣ୍ଡିରେ ଧାନ ଉଠାଉନାହାଁନ୍ତି ପ୍ରଶାସନ । ମିଲର୍ସକୁ ମିଳିନାହିଁ ଅର୍ଡର । ଟାର୍ଗେଟ ମିଳି ନାହିଁ ଏପରି କହି ଚାଷୀକୁ ଭୁଆଁ ବୁଲାଇ ଚାଲିଛନ୍ତି ପ୍ରଶାସନ । ଧାନ ଉଠି ନଥିବାରୁ ଧାର କରଜ ଆଣିଥିବା ଚାଷୀଙ୍କ ଅବସ୍ଥା ସଙ୍ଗୀନ ହେଲାଣି ।

ମଣ୍ଡିରୁ ଉଠୁନି ଧାନ, ଚାଷୀ କରୁଛନ୍ତି ରାସ୍ତାରୋକ

ପୁଅ ଝିଅଙ୍କ ବିବାହ ଖର୍ଚ୍ଚ ସାଙ୍ଗକୁ ଘରର ଅତ୍ୟାବଶ୍ୟକୀୟ ଖର୍ଚ୍ଚ ଭରଣା କରିବା ପାଇଁ ଅର୍ଥର ସଙ୍କଟ ଦେଖାଦେଇଛି । ଟୋକନରେ ଥିବା ଧାର୍ଯ୍ୟ ସମୟ ସରିବାକୁ ବସିଛି । ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ କିଛି ଫଳପ୍ରଦ ହେଉନାହିଁ । ମିଲର୍ସ ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଚାଷୀର ଜୀବନ ଦୁର୍ବିସହ ହେବାରେ ଲାଗିଛି । ଆଜି(ଗୁରୁବାର) ସକାଳୁ ଚାଷୀ ମାନେ ଏକତ୍ରିତ ହୋଇ କେନ୍ଦୁପଦର ଠାରେ ଧାନ ବସ୍ତା ରଖି ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।

ଏହାଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଅଟକି ରହିଛି । ତେବେ ଖବର ପାଇ ଆସିକା ତହସିଲଦାର, ବିଡିଓ ଓ ପୋଲିସ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରୁଛି । ତଥାପି କୌଣସି ସୁଫଳ ବାହାରିପାରୁନି । ଚାଷୀ ଜିଦରେ ଅଟଳ ଥିବା ବେଳେ ରାସ୍ତାରୋକ ଜାରିରହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details