ଓଡିଶା

odisha

ETV Bharat / state

ଧାନବସ୍ତା ରଖି ନିଆଁ ଜଳାଇ ରାସ୍ତାରୋକ କଲେ ଶହ ଶହ ଚାଷୀ

ବ୍ରହ୍ମପୁରରେ ତାତିଲେ ଚାଷୀ । ଧାନକିଣାରେ ଅବ୍ୟବସ୍ଥାକୁ ନେଇ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ତାରାତାରିଣୀ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

By

Published : Mar 6, 2021, 4:59 PM IST

Updated : Mar 6, 2021, 6:23 PM IST

ଧାନକିଣାରେ ଆବ୍ୟବସ୍ଥାକୁ ନେଇ ବ୍ରହ୍ମପୁରରେ ଚାଷୀଙ୍କ ରାସ୍ତାରୋକ
ଧାନକିଣାରେ ଆବ୍ୟବସ୍ଥାକୁ ନେଇ ବ୍ରହ୍ମପୁରରେ ଚାଷୀଙ୍କ ରାସ୍ତାରୋକ

ବ୍ରହ୍ମପୁର: ସମୟ ଯେତିକି ଗଡୁଛି ଚାଷୀ ମୁଣ୍ଡରେ ଚିନ୍ତା ସେତିକି ବଢୁଛି । ଚଳିତ ବର୍ଷ ଧାନକିଣାକୁ ନେଇ ସବୁଠି ତେଜୁଛି ଚାଷୀ ଅସନ୍ତୋଷ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁରର ଶହ ଶହ ଚାଷୀ ବ୍ରହ୍ମପୁର ସହର ସମେତ ଛତ୍ରପୁର ଓ ଗୋପାଳପୁରକୁ ଯୋଗାଯାଉଥିବା ପାନୀୟଜଳ ପ୍ରକଳ୍ପକୁ ବନ୍ଦ କରିବା ସହ ଛତ୍ରପୁର ତାରାତାରିଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଛନ୍ତି ଚାଷୀ ।

ଧାନବସ୍ତା ରଖି ନିଆଁ ଜଳାଇ ରାସ୍ତାରୋକ କଲେ ଶହ ଶହ ଚାଷୀ

ଦୀର୍ଘଦିନ ଧରି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ବାରମ୍ବାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଧାନକୁ ସଂଗ୍ରହ କରିବା ପାଇଁ ଦାବି କରାଯାଇଥିଲା । ମାତ୍ର ଏନେଇ କୌଣସି ପ୍ରଶାସନିକ ପଦକ୍ଷେପ ଗ୍ରହଣ ନକରାଯିବାରୁ ଆନ୍ଦୋଳନ କରାଯାଉଛି ବୋଲି ଆନ୍ଦୋଳନକାରୀ କହିଛନ୍ତି । ଗୋଟିଏ ପଟେ ଟାର୍ଗେଟ ନଥିବାରୁ ଚାଷୀଙ୍କ ଧାନକିଣା ଯାଉ ନ ଥିବାବେଳେ ଅନ୍ୟପଟେ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ଟୋକନର ଅବଧି ଶେଷ ହେବାକୁ ଯାଉଥିବାରୁ ଏହାକୁ ନେଇ ଚାଷୀ ରାଜରାସ୍ତାକୁ ଓଲ୍ଲାଇଛନ୍ତି ।

ତେବେ ପ୍ରଶାସନ ତୁରନ୍ତ ଧାନ କ୍ରୟ କରିବା ସହ ମରିଚ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଆନ୍ଦୋଳନରତ ଚାଷୀ ଚେତାବନୀ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 6, 2021, 6:23 PM IST

ABOUT THE AUTHOR

...view details