ଓଡିଶା

odisha

ETV Bharat / state

ରେଶମ ସହରରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନସୁଗାର ଜବତ, ଦୁଇ ଗିରଫ - ବ୍ରହ୍ମପୁର ସହରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ବ୍ରହ୍ମପୁର ସହରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ। ଅଧିକ ପଢନ୍ତୁ

excise team seizes huge quantity of cannabis
excise team seizes huge quantity of cannabis

By ETV Bharat Odisha Team

Published : Aug 25, 2023, 9:44 AM IST

ବ୍ରାଉନସୁଗାର ଜବତ

ବ୍ରହ୍ମପୁର: ବ୍ରହ୍ମପୁରରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ନିଶା କାରବାର । ବାରମ୍ବାର ବ୍ରାଉନସୁଗାର ଜବତ ହେଉଥିବା ଥିବା ବେଳେ ନିଶା କାରବାରରେ ରୋକ ଲଗାଇବାକୁ ଅନବରତ ଚେଷ୍ଟା ଜାରି ରଖିଛି ଅବକାରୀ ବିଭାଗ । ବ୍ରହ୍ମପୁରରୁ ପୁଣି 67 ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ 2 ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ନାୟଜ୍ ଖାନ୍ ଓ ଭରତ ସାହୁ ।

ମିଳିଥିବା ସୂଚନା ଅନୁଯାୟୀ, ଗୋପାଳପୁର ଜଙ୍କସନର ପଥରା ଅଞ୍ଚଳର ନାୟକ ସାହିରେ ରୁହନ୍ତି ନାୟଜ୍ ଖାନ୍ । ସେ ବ୍ରାଉନସୁଗାର ରଖିଥିବା ଏକ ବିଶେଷସୁତ୍ରରୁ ଖବର ପାଇଥିଲା ବ୍ରହ୍ମପୁର ଅବକାରୀ ସଦର ଟିମ୍ । ଏହା ପରେ ଚଢାଉ କରି 42 ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଅବକାରୀ ଟିମ । ଏହାପରେ ନାୟଜଙ୍କ ସହ ପଥରା ବାଉରୀ ସାହିର ଭରତ ସାହୁ ଲିଙ୍କରେ ଥିବା ଜଣାପଡିଥିଲା । ଭରତ ସାହୁଙ୍କ ପାଖରେ ପହଞ୍ଚି ଅବକାରୀ ବିଭାଗ 25 ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା । ଉଭୟଙ୍କ ଠାରୁ ମୋଟ 67 ଗ୍ରାମ ବ୍ରାଉନସୁଗାରକୁ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ ।

ଏହା ମଧ୍ୟ ପଢନ୍ତୁ-ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ଗିରଫ ମାନେ ଖୋର୍ଦ୍ଧା ଅଞ୍ଚଳରୁ ଜବତ ବ୍ରାଉନସୁଗାର ଆଣି ବ୍ରହ୍ମପୁରରେ ବିକ୍ରି କରୁଥିବା ବେଳେ ଗୋଟିଏ ଲେଖାଏଁ ପ୍ୟାକେଟକୁ ଆଠ ଶହ ଟଙ୍କା ଲେଖାଏଁ ବିକ୍ରି କରୁଥିଲେ । ସେମାନଙ୍କ ନିକଟରୁ ଯୁବକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ବ୍ରାଉନସୁଗାର କ୍ରୟ କରି ନେଉଥିବା ଅବକାରୀ ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଛି । ସେହିପରି ଗଞ୍ଜେଇ କାରବାରରେ ଅବକାରୀ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସେପଟେ ଗତ 20 ତାରିଖ ଦିନ ବ୍ରହ୍ମପୁର ଶ୍ରୀରାମ ନଗର ଛକ ନିକଟରେ ବ୍ରାଉନସୁଗାର କାରବାର କରାଯାଉଥିବା ଅବକାରୀ ଟିମ୍ ଖବର ପାଇଥିଲା । ଏହାପରେ ଚଢାଉ କରି 32 ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହିତ ମହେଶ୍ବର ମହାରଣା ନାମକ ଯୁବକଙ୍କୁ ଗିରଫ କରିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 3 ଲକ୍ଷ 20ହଜାର ଟଙ୍କା ହୋଇଥିବା ଜଣାପଡିଥିଲା । ଗତ କିଛି ଦିନ ଧରି ସହରରେ ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଡ୍ରଗ୍ସ କାରବାର ଉପରେ ରୋକ ଲଗାଇବା ପାଇଁ ଗତ କିଛି ଦିନ ଧରି ଲଗାତର ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବ୍ରାଉନସୁଗାର କାରବାର କରୁଥିବା ସୂଚନା ପାଇବା ପରେ ଗୋଟିଏ ପରେ ଗୋଟିଏ ସ୍ଥାନରେ ଅବକାରୀ ବିଭାଗ ଚଢାଉ କରୁଛି । ବ୍ରହ୍ମପୁର ସହରର ଅବକାରୀ ଜିଲ୍ଲା ଟ୍ରାକିଙ୍ଗ ସଂସ୍ଥା ପକ୍ଷରୁ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ABOUT THE AUTHOR

...view details