ଓଡିଶା

odisha

ETV Bharat / state

ସେନାରୁ ବହିଷ୍କୃତ ଯବାନଙ୍କ ଗଞ୍ଜେଇ କାରବାର, ବିମାନରେ ଆସି ଟ୍ରେନରେ କରୁଥିଲେ ଚୋରାଚାଲାଣ - ଗଞ୍ଜେଇ ବେପାରରେ ସେନା କର୍ମଚାରୀ

ସେନାରୁ ବହିଷ୍କୃତ ଯବାନ କରୁଥିଲେ ଗଞ୍ଜେଇ କାରବାର । ବିମାନରେ ଆସି ଟ୍ରେନରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ବାନ୍ଧିଲା ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ

ex army man arrested
ex army man arrested

By

Published : Mar 22, 2023, 11:12 AM IST

ex army man arrested

ବ୍ରହ୍ମପୁର: ସେନାରୁ ବହିଷ୍କୃତ ଯବାନଙ୍କ ଗଞ୍ଜେଇ କାରବାର । ଆର୍ମି ଅଫିସରଙ୍କ ପରିଚୟ ଦେଇ କରୁଥିଲେ ଗଞ୍ଜେଇ ଚାଲାଣ । ଖବର ପାଇଁ ୨ ମହିଳାଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଲା ଅବକାରୀ ଗୁଇନ୍ଦା ବିଭାଗ । ବ୍ରହ୍ମପୁର ସହର ଉପକଣ୍ଠରେ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ ଚାଲାଣ । ଅନେକ ସମୟରେ ଗଞ୍ଜେଇ ଜବତ କରାଯାଉଛି । କିନ୍ତୁ ମାଫିଆଙ୍କ ନିକଟରେ ପହଞ୍ଚିପାରୁନି ପୋଲିସ । ଗୋପାଳପୁର ଜଙ୍କସନରେ ଗଞ୍ଜେଇ ଚୋରାଚାଲାଣ ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଗୁଇନ୍ଦା ବିଭାଗ ।

ସୂଚନାଅନୁସାରେ, ସେନାରୁ ବହିଷ୍କୃତ ଯବାନ କରୁଥିଲେ ଗଞ୍ଜେଇ କାରବାର । ଘର ଗ୍ବାଲିୟର ହେଲେ ବିମାନରେ ଆସି ଟ୍ରେନରେ ଗଜପତି ଜିଲ୍ଲାରୁ ରୀତିମତ ଭାବରେ ନେଇ ଯାଉଥିଲେ ଚୋରାରେ ଗଞ୍ଜେଇ । ଏଭଳି ଏକ କାରବାର ଘଟଣାକୁ ଶେଷରେ ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି ଅବକାରୀ ଗୁଇନ୍ଦା ବିଭାଗ । ବ୍ରହ୍ମପୁରର ଅବକାରୀ ଗୁଇନ୍ଦା ବିଭାଗର ଇନସିପେକ୍ଟର ହୃଦୟଚନ୍ଦ୍ର ସାମନ୍ତ ଗଞ୍ଜେଇ ଚୋରାଚାଲାଣ ନେଇ କୌଣସି ଏକ ସୁତ୍ରରୁ ଖବର ପାଇଥିଲେ ।

ତେବେ ସେ ବ୍ରହ୍ମପୁର ସହରର ଉପକଣ୍ଠ ଗୋପାଳପୁର ଜଙ୍ଗସନ୍ରେ ଅପେକ୍ଷା କରି ରହିଥିବା ଟିମ୍ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହରେ ଦୁଇ ଜଣଙ୍କୁ କାବୁ କରିଥିଲେ । ଗୋପାଳ ସିଂ ଏବଂ କନ୍ଧମାଳ ଜିଲ୍ଲାର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ତଲାସ କରିବା ସମୟରେ ଗୋପାଳ ନିକଟରୁ ୪୨ କେଜି ଗଞ୍ଜେଇ ଏବଂ ତାଙ୍କ ସହିତ ରହିଥିବା ବ୍ୟକ୍ତିଙ୍କ ଠାରୁ ୧୦ କେଜି ମିଶାଇ ମୋଟ ୫୨ କିଲୋଗ୍ରାମ ଗଞ୍ଜେଇକୁ ଜବତ କରାଯାଇଥିଲା । ଏପରିକି ଗୋପାଳ ଠାରୁ ବିମାନ ଟିକେଟ ଜବତ ହୋଇଥିବା ବେଳେ ସେ ପୂର୍ବରୁ ଟ୍ରେନରେ ଯାଇଥିବା ଟିକେଟ ମଧ୍ୟ ଜବତ ହୋଇଛି ।

ଗିରଫ ଗୋପାଳର ଘର ଗ୍ବାଲିୟର ହୋଇଥିବା ବେଳେ ସେ ଆର୍ମି ରେଜିମେଣ୍ଟେରେ ଚାକିରି କରୁଥିଲେ । କିନ୍ତୁ କୌଣସି କାରଣରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯିବା ପରେ ଏପରି ଗଞ୍ଜେଇ କାରାବାରରେ ସଂପୃକ୍ତ ରହି ଆସୁଥିବା ଜଣାଯାଇଛି । ଗୋପାଳ ନିଜ ଅଞ୍ଚଳରୁ ବିମାନରେ ଆସି ଟ୍ରେନରେ ଏଭଳି ଗଞ୍ଜେଇ ନେଇ ଯାଉଥିବା କୁହାଯାଇଛି । ସେହିପରି ଗୋପାଳପୁର ଜଙ୍ଗସନ୍ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ଗଜପତି ଜିଲ୍ଲାର ଚାନ୍ଦିପୁଟ ଅଞ୍ଚଳର ଦୁଇ ମହିଳାଙ୍କୁ ମଧ୍ୟ ଗିରଫ କରି ପ୍ରତ୍ୟେକଙ୍କ ଠାରୁ ୧୦ କିଲୋଗ୍ରାମ ଲେଖାଏଁ ଗଞ୍ଜେଇ ଜବତ ହୋଇଥିବା ବେଳେ ଏନେଇ ମୋଟ ଚାରୋଟି ମାମଲା ରୁଜୁ କରାଯାଇଥିବା ବେଳେ ଗିରଫଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ତଦନ୍ତ କରୁଥିବା ଅଧିକାରୀ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details