ଓଡିଶା

odisha

ETV Bharat / state

ଆଖି ବୁଜିଲା ଅସୁସ୍ଥ ଦନ୍ତା - ଆଖି ବୁଜିଲା ଅସୁସ୍ଥ ଦନ୍ତା

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରାସିଂଙ୍ଗ ବନାଞ୍ଚଳରେ ଅସୁସ୍ଥ ଥିବା ଦନ୍ତାହାତୀର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

elephant dies  during treatment in ganjam
ଚିକିତ୍ସିତ ଅବସ୍ଥାରେ ଦନ୍ତାହାତୀର ମୃତ୍ୟୁ

By

Published : Sep 4, 2022, 7:38 AM IST

Updated : Sep 4, 2022, 9:32 AM IST

ଭଞ୍ଜନଗର:ରାଜ୍ୟରେ ପୁଣି ଥରେ ଦନ୍ତାହାତୀର ମୃତ୍ୟୁ (elephant dies during treatment in ganjam ) । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରାସିଂଙ୍ଗ ବନାଞ୍ଚଳରେ ଅସୁସ୍ଥ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି । ହାତୀଟି ବୟସ୍କ ହୋଇଥିବା ବେଳେ ଆହତ ହୋଇଥିବା ଯୋଗୁଁ ମୃତ୍ୟୁ ଘଟିଛି ।

ଚିକିତ୍ସିତ ଅବସ୍ଥାରେ ଦନ୍ତାହାତୀର ମୃତ୍ୟୁ

ଏହା ମଧ୍ୟ ପଢ଼ନ୍ତୁ:ଚାରମାଳରେ ହାତୀ ଉପଦ୍ରବ, ଧାନ କ୍ଷେତରେ ପଶି ଫସଲ କଲେ ନଷ୍ଟ

ଆହତ ହାତୀଟି ଜଗନ୍ନାଥପ୍ରସାଦ ଓ ତାରାସିଂଙ୍ଗ ବନାଞ୍ଚଳରେ ପ୍ରାୟ ପାଞ୍ଚ ଦିନ ଧରି ବୁଲୁଥିବାବେଳେ ବନବିଭାଗ ତା ଉପରେ ନଜର ରଖିଥିଲା । ତେବେ ହାତୀଟି କୌଣସି ଖାଦ୍ୟ ଗ୍ରହଣ କରିପାରୁନଥିବାରୁ ଦୁର୍ବଳ ହୋଇପଡ଼ିଥିଲା l ଶନିବାର ଗାୟାଗଣ୍ଡା ସେକ୍ସନର ଛିଟିକା ପାଜୁ ଜଙ୍ଗଲ ନିକଟରେ ବନବିଭାଗ ସହଯୋଗରେ ପ୍ରାଣୀ ଚିକିତ୍ସକମାନେ ତାକୁ ଚିକିତ୍ସା କରିବା ସମୟରେ ମୃତ୍ୟୁ ଘଟିଥିବା ଉତ୍ତର ଘୁମୁସର ବନାଞ୍ଚଳ ଡିଏଫଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି । ଏନେଇ ତାରାସିଂଙ୍ଗ ପ୍ରାଣୀ ଚିକିତ୍ସକ କହିଛନ୍ତି, ରେଞ୍ଜରଙ୍କ ପକ୍ଷରୁ ହାତୀର ଗୋବର ପରୀକ୍ଷା ନେଇ ଚିଠି ଆସିଥିଲା । ପରୀକ୍ଷାରୁ ତାକୁ କୃମି ରୋଗ ହୋଇଥିବା ଜଣାପଡ଼ିଥିଲା । ସେହି ଅନୁସାରେ ଔଷଧ ମଧ୍ୟ ଦିଆଯାଇଥିଲା । କିନ୍ତୁ ସେ ଦୁର୍ବଳ ହୋଇପଡ଼ିଥିବା ଯୋଗୁଁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗୋଇ ଦିଆଯାଇଥିଲା । କିନ୍ତୁ ଚିକିତ୍ସିତ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି ।" ହାତୀ ମୃତ୍ୟୁ ଖବର ପାଇ ବନ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପରେ ମୃତଦେହକୁ ପୋତାଯାଇଥିଲା l

ଇଟିଭି ଭାରତ, ଭଞ୍ଜନଗର

Last Updated : Sep 4, 2022, 9:32 AM IST

ABOUT THE AUTHOR

...view details