ଓଡିଶା

odisha

ETV Bharat / state

ମହଙ୍ଗା ପଡିଲା ପରକୀୟା ପ୍ରୀତି, ଛେଚା ଖାଇଲେ ପ୍ରଧାନଶିକ୍ଷକ - ଜୈନିକ ବିବାହିତ ମହିଳା

ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ରଢେଇଶ ଗ୍ରାମରେ ଥିବା ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନସ ମଣ୍ଡଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି । ଶେଷରେ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଛନ୍ତି ପ୍ରଧାନ ଶିକ୍ଷକ ଜଣଙ୍କ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 6, 2019, 11:58 PM IST

ବ୍ରହ୍ମପୁର: ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି । ଶେଷରେ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଛନ୍ତି ପ୍ରଧାନ ଶିକ୍ଷକ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଘଟଣା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ରଢେଇଶ ଗ୍ରାମରେ ଥିବା ବିଦ୍ୟାଳୟ ପ୍ରଧାନଶିକ୍ଷକ ହେଉଛନ୍ତି ମାନସ ମଣ୍ଡଳ । ସେ ନିକଟବର୍ତ୍ତୀ ସାନଖେମୁଣ୍ଡି ବ୍ଲକର ସାତପେଣ୍ଠ ଗୋପାଳପୁର ପଞ୍ଚାୟତର ବାଇଲଖୋଲିଆ ଗ୍ରାମରେ ଜୈନିକ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ।

ତେବେ ଏହା ଏକ ପରକୀୟା ପ୍ରୀତି ସମ୍ପର୍କ ଜାଣିବା ପରେ ଗ୍ରାମବାସୀ ଉଭୟ ପ୍ରଧାନ ଶିକ୍ଷକ ଏବଂ ବିବାହିତ ମହିଳାଙ୍କୁ ଡାକି ବାରଣ କରିବା ସହ ବୈଠକରେ ଶିକ୍ଷକଙ୍କୁ ଜୋରିମାନା ପକାଇଥିଲେ । ମାତ୍ର ପ୍ରଧାନଶିକ୍ଷକ ଏହାକୁ ଖାତିର୍ କରିନଥିଲେ ।

ଫଳରେ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ପ୍ରଧାନଶିକ୍ଷକଙ୍କୁ ଗ୍ରାମର ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଏଥିସହ ଏହି ଘଟଣା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯିବା ପରେ ସେ ଏହି ଘଟଣା ତଦନ୍ତ କରାଯିବ ବୋଲି କହିଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details