ଓଡିଶା

odisha

ETV Bharat / state

ଧାନ ମିଲରୁ କୁଣ୍ଡା ଗୁଣ୍ଡ ଉଡିବାକୁ ନେଇ ଅସନ୍ତୋଷ - ଧାନ ମିଲରୁ ଉଡୁଛି କୁଣ୍ଡା ଗୁଣ୍ଡ

ଧାନ ମିଲରୁ କୁଣ୍ଡା ଗୁଣ୍ଡ ଉଡିବାକୁ ନେଇ ଅସନ୍ତୋଷ । ଯାହାକୁ ପ୍ରବଳ ବିରୋଧ କରିଛନ୍ତି ଗଞ୍ଜାମର ଚଣ୍ଡୀ ରାମଚନ୍ଦ୍ରପୁର ବାସିନ୍ଦା । ଅଧିକ ପଢନ୍ତୁ...

dissatisfaction continue for rice husk from rice mill
ଧାନ ମିଲରୁ କୁଣ୍ଡା ଗୁଣ୍ଡ ଉଡିବାକୁ ନେଇ ଅସନ୍ତୋଷ

By

Published : Jan 17, 2021, 6:09 PM IST

ଭଞ୍ଜନଗର : ଧାନ ମିଲରୁ କୁଣ୍ଡା ଗୁଣ୍ଡ ଉଡିବାକୁ ନେଇ ଅସନ୍ତୋଷ । ଯାହାକୁ ପ୍ରବଳ ବିରୋଧ କରିଛନ୍ତି ସାହି ବାସିନ୍ଦା । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଚଣ୍ଡୀ ରାମଚନ୍ଦ୍ରପୁର ଗାଁରେ ରହିଛି ମା ନାଇକାଣି ରାଇସ ମିଲ । ଏହି ମିଲରେ ପ୍ରତିଦିନ ଶହ ଶହ ବସ୍ତା ଧାନ ମିଲିଙ୍ଗ ହେଉଥିବାବେଳେ କୁଣ୍ଡା ଗୁଣ୍ଡ ଲୋକଙ୍କ ଘରେ ପଶୁଛି । ଘରେ ଥିବା ସମସ୍ତ ଆସବାବପତ୍ରରେ ଗୁଣ୍ଡ ଲାଗିଯିବାରୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁନି । ଏପରିକି ବାରିପଟେ ଥିବା କୂଅରେ ଗୁଣ୍ଡ ପଡୁଥିବାରୁ ପାଣି ମଧ୍ୟ ବ୍ୟବହାର କରିପାରୁନାହାଁନ୍ତି ଲୋକେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଧାନ ମିଲରୁ କୁଣ୍ଡା ଗୁଣ୍ଡ ଉଡିବାକୁ ନେଇ ଅସନ୍ତୋଷ

ଖୁବଶୀଘ୍ର ଏହାର ସ୍ଥାୟୀ ପ୍ରତିକାର କରିବାକୁ ମିଲ ମାଲିକ ପାଖରେ ଅଭିଯୋଗ କରିଛନ୍ତି ସାହି ବାସିନ୍ଦା । ସେପଟେ ଲକଡ଼ାଉନ ଯୋଗୁଁ କାମ କରିପାରିନୁ । ଖୁବଶିଘ୍ର ପାଚେରୀ ନିର୍ମାଣ କରିଦେବୁ । ଲୋକମାନଙ୍କର ଆଉ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ମିଲ ମାଲିକ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details