ଓଡିଶା

odisha

ETV Bharat / state

24ଦିନ ପରେ କୁଏତରୁ ଫେରିଲା ଦାଦାନ ଶ୍ରମିକଙ୍କ ମୃତଦେହ - ଗଞ୍ଜାମ ଖଲ୍ଲିକୋଟ ବ୍ଲକର ଖୋଜାପଲ୍ଲୀ

24 ଦିନ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ କୁଏତରୁ ଫେରିଛି ଦାଦାନ ଶ୍ରମିକଙ୍କ ମୃତଦେହ । ପଢନ୍ତୁ ସମ୍ଫୂର୍ଣ୍ଣ ରିପୋର୍ଟ...

24ଦିନ ପରେ କୁଏତରୁ ଫେରିଲା ଦାଦାନ ଶ୍ରମିକଙ୍କ ମୃତଦେହ

By

Published : Nov 7, 2019, 3:22 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ କୁଏତରୁ ଫେରିଛି ଦାଦାନ ଶ୍ରମିକଙ୍କ ମୃତଦେହ । 24 ଦିନ ପରେ କୁଏତରୁ ବିମାନ ଯୋଗେ ମୃତଦେହକୁ ପ୍ରଥମେ ଦିଲ୍ଲୀ ଏବଂ ପରେ ଭୁବନେଶ୍ବର ଅଣାଯାଇଥିବା ଜଣାପଡିଛି ।

ମୃତ ଦାଦନ ଶ୍ରମିକ ହେଲେ ଗଞ୍ଜାମ ଖଲ୍ଲିକୋଟ ବ୍ଲକର ଖୋଜାପଲ୍ଲୀର ହର୍ଷ ସାମଲ । ଅଧିକ ଅର୍ଥ ରୋଜଗାର କରିବା ଆଶାରେ ସେ ଦାଦନ ଖଟିବାକୁ କୁଏତ ଯାଇଥିଲେ । ସେଠାରେ କୋଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । 24 ଦିନ ପରେ ଗଞ୍ଜାମ ଜିଲ୍ଲାର ପ୍ରଶାସନର ଉଦ୍ୟମ ଯୋଗୁଁ ତାଙ୍କ ମୃତଦେହ ଭୁବନେଶ୍ବର ବିମାନ ବନ୍ଦରକୁ ଅଣାଯାଇଥିଲା । ସେଠାରେ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶିବ ସାହୁଙ୍କ ଉପସ୍ଥିତିରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ତେବେ ହର୍ଷଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details