ଓଡିଶା

odisha

By

Published : Oct 20, 2019, 11:33 PM IST

ETV Bharat / state

ଏମକେସିଜି ମେଡିକାଲ କଲେଜକୁ ପୁଣି ଶରୀର ଦାନ କଲେ ବରିଷ୍ଠ ଡାକ୍ତରଙ୍କ ପରିବାର

ଜଣେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁପରେ ପରିବାରବର୍ଗ ତାଙ୍କ ଶରୀରକୁ ଏମକେସିଜି ମେଡିକାଲ କଲେଜକୁ ଦାନ କରିଛନ୍ତି । ଅଧିକ ପଢନ୍ତୁ ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଜଣେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁପରେ ପରିବାରବର୍ଗ ତାଙ୍କ ଶରୀରକୁ ଏମକେସିଜି ମେଡିକାଲ କଲେଜକୁ ଦାନ କରିଛନ୍ତି । ପରିବାର ପକ୍ଷରୁ ଏହାକୁ ମିଶାଇ ମୋଟ ୪ଥର ପାଇଁ ଶରୀର ଦାନ କରାଯାଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବରିଷ୍ଠ ଡାକ୍ତର ଗୌରଚନ୍ଦ୍ର ଚୌଧୁରୀ ନିଜର ମୃତ୍ୟୁପରେ ତାଙ୍କ ଶରୀରକୁ ମେଡିକାଲ କଲେଜକୁ ଦାନ କରିବାକୁ ଶେଷ ଇଚ୍ଛା ପ୍ରକାଶ କରିଥିଲେ । ଗତ କିଛିଦିନ ସେ କୌଣସି କାରଣରୁ ଶଯ୍ୟାଶାୟୀ ହେବା ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକେ ଡାକ୍ତର ସ୍ବର୍ଗତ ଚୌଧୁରୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ସମ୍ପୂର୍ଣ୍ଣ ମରଶରୀରକୁ ଏମକେସିଜି ମେଡିକାଲ କଲେଜକୁ ହସ୍ତାନ୍ତର କରିଥିଲେ। ଏହି ମୃତ ଶରୀର ମେଡିକାଲ କଲେଜର ଡାକ୍ତରୀ ବିଦ୍ୟାର୍ଥୀଙ୍କ ଶିକ୍ଷାଗ୍ରହଣ ଓ ଭେଷଜ ବିଜ୍ଞାନରେ ଅଧିକ ଗବେଷଣା ପାଇଁ ସହାୟକ ହେବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details