ଓଡିଶା

odisha

ETV Bharat / state

ଫନି ପୂର୍ବରୁ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି ହେଲେ 517 ଗର୍ଭବତୀ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଫନି ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ସହିତ ସ୍ବାସ୍ଥ୍ୟ ବିଭାଗକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

By

Published : May 2, 2019, 9:36 PM IST

ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଫନି ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ସହିତ ସ୍ବାସ୍ଥ୍ୟ ବିଭାଗକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ଅଙ୍ଗନବାଡି ତଥା ଆଶା କର୍ମୀଙ୍କ ସହାୟତାରେ ସେମାନଙ୍କୁ ଆଣି ସରକାରୀ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଜିଲ୍ଲାରେ ମୋଟ ୫୧୭ ଜଣ ଗର୍ଭବତୀ ମହିଳା ରହିଥିବା ବେଳେ ସଂନ୍ଧ୍ୟା ସୁଦ୍ଧା ସମସ୍ତ ଗର୍ଭବତୀଙ୍କୁ ସରକାରୀ ମେଡିକାଲକୁ ଅଣାଯିବାକୁ ପଦକ୍ଷେପ ନିଆଯାଇଛି । ଏଥି ସହିତ ବ୍ରହ୍ମପୁରର ନଗର ଚିକିତ୍ସାଳୟଠାରୁ ଆରମ୍ଭ କରି ସବୁ ଚିକିତ୍ସାଳୟରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ABOUT THE AUTHOR

...view details