ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସ ଦ୍ୱାରା ବାଣ ବୋଝେଇ ଟ୍ରକ ଜବତ । ଟ୍ରକ ଡ୍ରାଇଭର ଚମ୍ପଟ ମାରିଥିବାବେଳେ ଜବତ ବାଣର ଆନୁମାନିକ ମୂଲ୍ୟ ପଚାଶ ଲକ୍ଷ ହେବବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର ଆସନ୍ତା ଦୀପାବଳୀକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ବାଣ ଫୁଟାଇବା ବିରୋଧରେ କଡ଼ା ନିୟମ ଆଣିଛନ୍ତି । ତଥାପି ଲୁଚା ଛପାରେ ବାଣ ବ୍ୟବସାୟ ଜାରି ରହିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ମଧ୍ୟ ଜବତ କରୁଛି ।