ଓଡିଶା

odisha

ETV Bharat / state

ସିପିଆଇ(ଏମ୍‌ଏଲ) ରେଡଷ୍ଟାର ପକ୍ଷରୁ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା - berhampur

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରେଡ୍‌ଷ୍ଟାର ପକ୍ଷରୁ ଘୋଷଣା କରାଯାଇଛି ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା।

ଫଟୋ ସୌଜନ୍ୟ- ସମ୍ୱାଦଦାତା, ବ୍ରହ୍ମପୁର

By

Published : Mar 16, 2019, 11:57 PM IST

ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରେଡ୍‌ଷ୍ଟାର ପକ୍ଷରୁ ଘୋଷଣା କରାଯାଇଛି ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା। ଆସିକା ଲୋକସଭା ଆସନ ପାଇଁ ଶଙ୍କର ସାହୁ, କନ୍ଧମାଳ ପାଇଁ ଟୁନା ମଲ୍ଲିକ, କୋରାପୁଟ ପାଇଁ ରାଜେନ୍ଦ୍ର କେଣ୍ଡ୍ରୁକା, ଭୁବନେଶ୍ୱର ପାଇଁ ପ୍ରମିଳା ବେହେରା, ପୁରୀ ଆସନ ପାଇଁ ରଞ୍ଜନ ମିଶ୍ରଙ୍କ ନାମ ଘୋଷଣା ହୋଇଛି। ସେହିଭଳି ବିଧାନସଭା ଆସନ ପାଇଁ ଭଞ୍ଜନଗରରୁ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀପୁରରୁ ପୂର୍ଣ୍ଣ ମାଣ୍ଡିଙ୍ଗି, ଭୁବନେଶ୍ୱର ଉତ୍ତରରୁ ରାଜେନ୍ଦ୍ର ପ୍ରସାଦ ବାରିକ ପ୍ରାର୍ଥୀ ହେବେ। ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି।

ଭିଡିଓ ସୌଜନ୍ୟ- ସମ୍ୱାଦଦାତା, ବ୍ରହ୍ମପୁର

ଦେଶ ଓ ରାଜ୍ୟରେ ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ସମୂର୍ଣ୍ଣ ଭୁଷୁଡି ପଡିଛି । ଅଛେ ଦିନ୍, ସ୍ୱଚ୍ଛ ଓ ନିର୍ମଳ ଶାସନର ସ୍ୱପ୍ନ ଦେଖାଇ କ୍ଷମତାସୀନ ହୋଇଥିବା କେନ୍ଦ୍ରର ବିଜେପି ସରକାର ଓ ୧୯ ବର୍ଷ ଧରି ରାଜ୍ୟରେ ଚାଲୁଥିବା ନବୀନ ସରକାର ଜନସାଧାରଣଙ୍କ ଜୀବନ ଓ ଜୀବିକାକୁ ଦୁର୍ବିସହ କରିଚାଲିଛନ୍ତି।

ଲୋକଙ୍କୁ ରୋଜଗାର,ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସେବା ଯୋଗାଇବାରେ ସମୂର୍ଣ୍ଣ ବିଫଳ ହୋଇଛନ୍ତି ଉଭୟ ସରକାର। ଛାତ୍ର, ଯୁବକ, ମହିଳା, କୃଷକ, ଶ୍ରମିକ, ଆଦିବାସୀ ଓ ସଂଖ୍ୟାଲଘୁଙ୍କୁ ଅଣଦେଖା କରି ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଛନ୍ତି। ସାରା ଦେଶରେ ୫୦ରୁ ଊର୍ଦ୍ଧ୍ୱ ଲୋକସଭା ପ୍ରାର୍ଥୀ ଦିଆଯାଇ ବିଜେପିକୁ ପରାସ୍ତ କରି ଜନ ବିରୋଧୀ ବିଜେଡି,କଂଗ୍ରେସ ଓ ସେମାନଙ୍କର ସହଯୋଗୀଙ୍କୁ ପରାସ୍ତ କରି ଏକ ଜନ ବିକଳ୍ପ ଗଢି ତୋଳିବାକୁ ସିପିଆଇଏମ୍‌-ଏଲ ରେଡଷ୍ଟାର ସଂକଳ୍ପ ନେଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details