ଓଡିଶା

odisha

ETV Bharat / state

କେନ୍ଦ୍ରକୁ ଟାର୍ଗେଟ କରି ସିପିଆଇ(ଏମ୍‌)ର ବିକ୍ଷୋଭ ପ୍ରଦର୍ଶନ - latest news on berhampur

ଦେଶରେ ଆର୍ଥିକ ସଙ୍କଟ ଅବସ୍ଥା । ଏନେଇ କେନ୍ଦ୍ର ସରକାରଙ୍କ ଖାମଖିଆଲ ନୀତିକୁ ବିରୋଧ କରି ସିପିଆଇ(ଏମ୍) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଏହି ଅବସରରେ କେନ୍ଦ୍ର ସରକାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ବେକାରୀ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ।

cpim

By

Published : Oct 18, 2019, 9:15 PM IST

ବ୍ରହ୍ମପୁର: ଦେଶରେ ଦେଖା ଦେଇଛି ଚରମ ଆର୍ଥିକ ସଙ୍କଟ ଅବସ୍ଥା । ତେବେ ଏନେଇ କେନ୍ଦ୍ର ସରକାରଙ୍କ ଖାମଖିଆଲ ନୀତିକୁ ବିରୋଧ କରି ବ୍ରହ୍ମପୁର ଠାରେ ସିପିଆଇ(ଏମ୍) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ସିପିଆଇ(ଏମ୍) ବିଭିନ୍ନ ଦାବିକୁ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ(ଏମ୍‌)ର ବିକ୍ଷୋଭ ପ୍ରଦର୍ଶନ

ସ୍ଥାନୀୟ କୋର୍ଟପେଟା ଛକ ଠାରେ ଏହି ଅବସରରେ ଆୟୋଜିତ ବିକ୍ଷୋଭରେ ଦଳର ରାଜ୍ୟ ସାଧାରଣ ସମ୍ପାପାଦକଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଦେଖାଦେଉଥିବା ଆର୍ଥିକ ସଙ୍କଟ ଏବଂ ଦେଶରେ ବେକାରୀ ସମସ୍ୟା ବୃଦ୍ଧିକୁ ନେଇ ତୁରନ୍ତ ଦୃଷ୍ଟି ଦିଆନଗଲେ ଦେଶର ସାଧାରଣ ଜନତା ଆହୁରି ଅନେକ ସମସ୍ୟାର ସମ୍ମୁଖିନ ହେବେ ବୋଲି କହିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ବେକାରୀ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି । ମାସିକ ମଜୁରୀ ହାର ୧୮ହଜାର ଟଙ୍କା କରିବା ଭଳି ବିଭିନ୍ନ ଦାବିକୁ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି ।


ସେହିପରି ଏହି ଅବସରରେ ସହରର ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ତେବେ ସମସ୍ୟା ପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛି ସିପିଆଇ(ଏମ୍) ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details