ଓଡିଶା

odisha

ETV Bharat / state

ଜାନିବିଲ ପ୍ରକଳ୍ପ ଶୀଘ୍ର ସାରିବାକୁ ସିପିଆଇଏମର ବିକ୍ଷୋଭ

ଜାନିବିଲ ପ୍ରକଳ୍ପ ପାଇଁ ସରକାର ଖୋଳି ପକାଇଛନ୍ତି ସହର । ରାସ୍ତା ସାଜିଛି ମରଣଯନ୍ତା । ଯାହାକୁ ନେଇ ଶୋଭାଯାତ୍ରା ମାଧ୍ୟମରେ ଆନ୍ଦୋଳନ କରିଛି ସିପିଆଇଏମ୍ ଦଳ ।

By

Published : Jun 25, 2019, 9:26 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ବ୍ରହ୍ମପୁର

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ଜାନିବିଲ ପାନୀୟ ପ୍ରକଳ୍ପ ଯୋଗୁଁ ରାସ୍ତା ପାଲଟିଛି ମରଣଯନ୍ତା । ପ୍ରକଳ୍ପକୁ କାର୍ଯକ୍ଷମ କରିବା ସହ ରାସ୍ତା ଖୋଳି ପାଇପ୍ ବିଛାଯାଇଥିବା କାର୍ଯ୍ୟକୁ ମଧ୍ୟ ଶୀଘ୍ର ସାରିବା ପାଇଁ ବିକ୍ଷୋଭ କରିଛି ବ୍ରହ୍ମପୁର ସିପିଆଇଏମ୍ ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ବ୍ରହ୍ମପୁର

ପ୍ରଥମେ ଦଳ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜାନିବିଲି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ନେଇଥିବା ଏଲ୍ ଏଣ୍ଡ ଟି କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହ ଆଗାମୀ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ୍ ଗୁଡିକର ମରାମତି ଓ ନିର୍ମାଣ କରିବା ପାଇଁ ଦଳ ଦାବି କରିଛି ।

ପ୍ରଶାସନ ଯଦି ଦାବି ପ୍ରତି ଗୁରୁତ୍ୱ ନଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବାକୁ ଚେତାବନୀ ଦେଇଛି ସିପିଆଇଏମ୍ ପାର୍ଟି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details