ଓଡିଶା

odisha

ETV Bharat / state

ଲକଡାଉନ: ଗଞ୍ଜାମରେ ବାଇକ ଆରୋହୀଙ୍କ ଠୁ ଆଦାୟ ହେଲା 5 ହଜାର ଜୋରିମାନା - corona fear

ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ତରଫରୁ ବହୁ ନିୟମ କଡାକଡି କରାଯାଉଛି । ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆଜି ଭଞ୍ଜନଗର ଠାରୁ ଗାଙ୍ଗପୁର ରାସ୍ତାରେ ବହୁତ ଅମାନିଆ ବାଇକ ଚାଳକଙ୍କୁ ଅଟକାଇବା ସହ 5 ହଜାର 3 ଶହ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଆହୁରି ପଢନ୍ତୁ...

corona fear : Ganjam district administration has of strict rules
କରୋନା ଭୟ: ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବହୁ କଡାକଡି ନିୟମ

By

Published : Apr 17, 2020, 4:56 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ତରଫରୁ ବହୁ ନିୟମ କଡାକଡି କରାଯାଉଛି । ଜନସାଧାରଣଙ୍କୁ ନିୟମ ପାଳନ ନିମନ୍ତେ ସଚେତନ କରାଯାଉଛି । ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ କୁହାଯାଉଛି । ଏହାସତ୍ତ୍ବେ ଜନସାଧାରଣ ଅମାନିଆ ହୋଇ ନିୟମ ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି ।

କରୋନା ଭୟ: ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବହୁ କଡାକଡି ନିୟମ

ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆଜି ଭଞ୍ଜନଗର ଠାରୁ ଗାଙ୍ଗପୁର ରାସ୍ତାରେ ବହୁତ ଅମାନିଆ ବାଇକ ଚାଳକଙ୍କୁ ଅଟକାଇବା ସହ 5 ହଜାର 3 ଶହ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏହାସହ କିଛି ବାଇକକୁ ଇ-ଚାଲାଣ ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପାଖକୁ ପଠେଇ ଦେଇଛନ୍ତି ।

ବାରମ୍ବାର ମନା କରିବା ସତ୍ତ୍ବେ ଅମାନିଆ ବାଇକ ଚାଳକ ରାସ୍ତାରେ ଗାଡି ଚଳାଉଛନ୍ତି । ପୁନର୍ବାର ଏପରି କଲେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ଗଞ୍ଜାମରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ

ABOUT THE AUTHOR

...view details