ଓଡିଶା

odisha

ETV Bharat / state

ପ୍ରଚାର ମଇଦାନକୁ ଓହ୍ଲାଇଲେ ନବୀନ

ମୁଖ୍ୟମନ୍ତ୍ରୀ ଗଞ୍ଜାମରୁ ଆରମ୍ଭ କରିଛନ୍ତି ନିର୍ବାଚନୀ ପ୍ରଚାର । ଗଞ୍ଜାମ ଜିଲ୍ଲାରୁ ରୋଡ ସୋ’ କରି ନବୀନ ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

By

Published : Apr 3, 2019, 6:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଆଗାମୀ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଦୁର୍ଗ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ରୋଡ ସୋ କରି ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ବସ୍‌ରେ ମାରାଥନ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ରୋଡ ସୋ’ କରି ନବୀନ ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ପ୍ରଥମ ଥର ପାଇଁ ନବୀନ ସ୍ବତନ୍ତ୍ର ବସ୍‌ରେ ରୋଡ ସୋ କରୁଛନ୍ତି । ତେବେ ରୋଡ୍ ସୋ ପରେ କନିଷି ଠାରେ ଆୟୋଜିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ପରେ ବ୍ରହ୍ମପୁର ଠାରେ ପହଞ୍ଚିବା ପରେ ଛତ୍ରପୁର ଷ୍ଟାଡିୟମରେ ସାଧାରଣ ସଭାରେ ଉଦବୋଧନ ଦେବେ । ସେଠାରେ ରୋଡ ସୋ ସାରି ରମ୍ଭାରେ ହେବାକୁ ଥିବା ରୋଡ ସୋ ରେ ସାମିଲ ହେବେ । ଏହାପରେ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ବୋଲି ସୂଚନା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details