ବ୍ରହ୍ମପୁର: ଆସନ୍ତାମାସରୁ ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ରାଜ୍ୟରେ ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିବାବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କଲେଣି । ଆଜି ଶାସକ ଦଳର ପ୍ରଥମ ପ୍ରାର୍ଥୀ ଭାବେ ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ନାମାଙ୍କନ ଦାଖଲ ପରେ କଣ କହୁଛନ୍ତି ନବୀନ ? ଶୁଣନ୍ତୁ - Chhatrapur
ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ସମୟରେ ଗଞ୍ଜାମ ଜିଲ୍ଲାର ସବୁ ହେବିୱେଟ ନେତା ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ, ଆସିକା ଲୋକସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀ, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ସବୁ ନେତା କର୍ମୀ ଯୋଗ ଦେଇଥିଲେ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ଆଜି ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବିମାନ ଯୋଗେ ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମାତାରାତାରିଣୀଙ୍କ ପୀଠ ନିକଟରେ ପହଞ୍ଚିଥିଲେ । ସେଠାରୁ ମା’ଙ୍କ ଦର୍ଶନ ପାଇଁ ଯାଇପୀଠରେ ପହଞ୍ଚି ପୂଜାର୍ଚନା କରିବା ସହ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ