ବ୍ରହ୍ମପୁର:ବ୍ରହ୍ମପୁରରେ ଚାଞ୍ଚଲ୍ୟ । ସହରର ଗୋଷାଣିନୂଆଁଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ମହିଳାଙ୍କ ନାମ ସୌଦାମିନୀ ରଥ । ସେ ଶିଶୁ କଲ୍ୟାଣ ସମିତିର ସଦସ୍ୟ ଥିଲେ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରିଛି । ତେବେ ତାଙ୍କର ଡ୍ରାଇଭର ହିଁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।
ସୌଦାମିନୀ ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥାର ସଂପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଆସୁଥିଲେ । ଗତକାଲି ରାତିରେ ସୌଦାମିନୀ ନିଜ ସ୍ବେଚ୍ଛାସେବୀ ସଂସ୍ଥାର ଅନ୍ୟ ଜଣେ ସହକର୍ମୀଙ୍କ ସହିତ ଫୋନରେ କଥା ହେଉଥିଲେ । ଏତିକି ବେଳେ ହଠାତ୍ ସେ ଜୋରରେ ଚିତ୍କାର କରିଥିଲେ । ଏହା ଶୁଣି ସଂସ୍ଥାର ଅନ୍ୟ ସଦସ୍ୟମାନେ ସେ ରହୁଥିବା ଘରେ ପହଞ୍ଚିଥିଲେ । ସେଠି ସୌଦାମିନୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏଣୁ କୌଣସି ଦୁବୃର୍ତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରି ସହକର୍ମୀମାନେ ପୋଲିସକୁ ଖବର ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ : ମୟୂରଭଞ୍ଜ ଯୁବକଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ! କାରଣ ଅସ୍ପଷ୍ଟ