ଗଞ୍ଜାମ: ଖନେଇ ଖନେଇ କଥା କହୁଛନ୍ତି । ବୟସ ମାତ୍ର ୩ ବର୍ଷ ୯ ମାସ । ଏତେ କମ୍ ବୟସରେ ସେ ନିଜ ବ୍ୟାଟିଂ କରିବା ପ୍ରତିଭାରେ ପ୍ରତ୍ୟେକଙ୍କୁ ପ୍ରଭାବିତ କରିଛନ୍ତି । ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ନୟନବିହାରର ପ୍ରାଜ୍ଞ ବେଦବ୍ୟାସ ଓ ଆଶାଲତାଙ୍କ ସୁପୁତ୍ର ଆହ୍ବାନ ମଲ୍ଲ । ଏତେ କମ୍ ବୟସରେ ଆହ୍ବାନଙ୍କ ପାଖରେ ବ୍ୟାଟିଂ ପ୍ରାୟ ସମସ୍ତ କୌଶଳ ଦେଖିବାକୁ ମଳିଛି । ସତେ ଯେମିତି ସବୁ ସଟ୍ ତାଙ୍କୁ ଜଣା ।
ଆହ୍ବାନଙ୍କ ପ୍ରତିଭା ପ୍ରଥମେ ଖୋଜି ବାହାର କରିଥିଲେ ତାଙ୍କ ବାପା । ଦୁଇ ବର୍ଷ ବୟସ ବେଳେ ଆହ୍ବାନଙ୍କୁ ଦିନେ ବୋଲିଂ କରୁଥିଲେ ତାଙ୍କ ବାପା । ସେ ସମୟରେ ସେ ଅନୁଧ୍ୟାନ କଲେ ଆହ୍ବାନ ଗୋଟିଏ ମଧ୍ୟ ବଲ୍ ମିସ୍ କରୁନାହାନ୍ତି । ତା ସହିତ ଫୁଟ୍ୱାର୍କ ମଧ୍ୟ ଚମତ୍କାର ରହୁଛି । କଅଁଳ ବୟସରେ ସେ ଷ୍ଟ୍ରେଟ୍ ଡ୍ରାଇଭରୁ ଆରମ୍ଭ କରି କଭର ଡ୍ରାଇଭ ସମସ୍ତ ସଟ୍ ଖେଳୁଛନ୍ତି । ଏଥିପାଇଁ ସେ କୌଣସି ତାଲିମ ନେଇ ନାହନ୍ତି ।
ଟିଭିରେ କ୍ରିକେଟ ଦେଖି ସେ ବ୍ୟାଟିଂ ପ୍ରତି ଆଗ୍ରହୀ ହୋଇଛନ୍ତି । ବଡ଼ ହେଲେ କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଭଳି କ୍ରିକେଟର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଧୋନିଙ୍କ ସହ ବିରାଟ କୋହଲିଙ୍କ ମଧ୍ୟ ବଡ଼ ଫ୍ୟାନ ହେଉଛନ୍ତି ଆହ୍ବାନ ।