ଓଡିଶା

odisha

ETV Bharat / state

ମଙ୍ଗଳବାରରୁ ସମ୍ପୂର୍ଣ୍ଣ ସଟଡାଉନ ହେବ ଛତ୍ରପୁର ସହର

ଗଞ୍ଜାମରେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ନଜରରେ ସଦର ମହକୁମ୍ମା ଛତ୍ରପୁର ସହରକୁ ମଙ୍ଗଳବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ କରାଯିବ । ଅଧିକ ପଢନ୍ତୁ...

ମଙ୍ଗଳବାରରୁ ସମ୍ପୂର୍ଣ୍ଣ ସଟଡାଉନ ହେବ ଛତ୍ରପୁର ସହର
ମଙ୍ଗଳବାରରୁ ସମ୍ପୂର୍ଣ୍ଣ ସଟଡାଉନ ହେବ ଛତ୍ରପୁର ସହର

By

Published : Jun 29, 2020, 2:53 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପରି ସମୟରେ ସଦର ମହକୁମ୍ମା ଛତ୍ରପୁର ସହରକୁ ମଙ୍ଗଳବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ମଙ୍ଗଳବାରରୁ ସମ୍ପୂର୍ଣ୍ଣ ସଟଡାଉନ ହେବ ଛତ୍ରପୁର ସହର

ଛତ୍ରପୁର ସହରର ଏକ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ସଂଙ୍କ୍ରମିତ ହୋଇଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଶେଷରେ ଏଭଳି ନିଷ୍ପତି ନିଆଯାଇଛି । ଏହି ସଟଡାଉନ ସମୟରେ ସହରରେ ପଜିଟିଭ ବାହାରିଥିବା ବ୍ୟକ୍ତିବିଶେଷଙ୍କ କଣ୍ଟାକ୍ଟ ଟେସିଙ୍ଗ କରାଯିବା ସହ ସହରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ।

ମଙ୍ଗଳବାରରୁ ସମ୍ପୂର୍ଣ୍ଣ ସଟଡାଉନ ହେବ ଛତ୍ରପୁର ସହର

ଗତ 2 ଦିନ ଧରି ସାରା ଜିଲ୍ଲାରେ ସଟଡାଉନ ଜାରି ରହିଥିବା ବେଳେ ସୋମବାର ଗୋଟିଏ ଦିନ ମଧ୍ୟରେ ସହରବାସୀ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରି ନିଜ ପାଖରେ ରଖିବାକୁ ଘୋଷଣା କରିବା ପରେ ସଟଡାଉନର ଗୋଟିଏ ଦିନ ପୂର୍ବରୁ ବଜାରରେ ଜନସାଧାରଣଙ୍କ ପ୍ରବଳ ଭିଡ ଦେଖାଯାଇଛି । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଥିବା ସହରର ମୋଟ ୧୪ଟି ୱାର୍ଡରେ ଏହି ସଟଡାଉନ ଘୋଷଣା କରାଯିବ ।

ପୂର୍ବରୁ ସହରର ବ୍ୟାରେକ ସାହିକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯିବା ସହ ଏହି ସାହିକୁ ସଂଯୋଗ କରୁଥିବା ବିଭିନ୍ନ ସାହି ଗୁଡିକୁ ବଫର ଜୋନ ଭାବରେ ଘୋଷଣା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details