ବ୍ରହ୍ମପୁର: ଏଟିଏମ୍ରେ ଟଙ୍କା ଭର୍ତ୍ତି ନାଁରେ ଟଙ୍କା ହଡ଼ପ । ଲକ୍ଷେ କି ଦୁଇ ଲକ୍ଷେ ନୁହଁ ବରଂ ୪୫ ଲକ୍ଷ ଟଙ୍କା ହଡ଼ପ କଲେ କ୍ୟାସ୍ ଡିପୋଜିଟର । ବାରମ୍ୱାର ଟଙ୍କା ଫେରାଇବାକୁ କହିବା ପାରେ ମଧ୍ୟ ଶୁଣିଲେନି ଡିପୋଜିଟର । ଶେଷରେ ଥାନାରେ ଅଭିଯୋଗ ପରେ କ୍ୟାସ ଡିପୋଜିଟରଙ୍କୁ ଗିରଫ କଲା ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମର ୪୨ ବର୍ଷୀୟ ଦୀପକ ପାଢ଼ୀ । ଗିରଫ ପରେ ପୋଲିସ ତାକୁ କୋର୍ଟ ଚାଲାଣ କରିଛି ।
ଗିରଫ ଦୀପକ ବ୍ରହ୍ମପୁର ସହରର ବିଭିନ୍ନ ଏଟିଏମ୍ରେ ଟଙ୍କା ଡିପୋଜିଟ୍ ପାଇଁ ସିଏମ୍ଏସ୍ ଇନ୍ ସିଷ୍ଟମର କ୍ୟାସ୍ ଡିପୋଜିଟର ଭାବରେ ନିୟୋଜିତ ହୋଇଥିଲେ । ଗତ ଏକ ବର୍ଷ ଧରି ସେ ଏହି କାର୍ଯ୍ୟ କରି ଆସୁଥିଲେ । ହେଲେ ବିଭିନ୍ନ ସମୟରେ ଟଙ୍କା ଡିପୋଜିଟ୍ ନାମରେ ପ୍ରାୟ ୪୫ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ସଂସ୍ଥାର ମ୍ୟାନେଜର ଭବାନୀପ୍ରସାଦ ସାମନ୍ତ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ସହରର ବୈଦ୍ୟନାଥପୁର ଥାନା ପୋଲିସ କ୍ୟାସ୍ ଡିପୋଜିଟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଏହା ମଧ୍ୟପଢନ୍ତୁ- Watch: ମାତିଛନ୍ତି ଲୁଟେରା, ଏଟିଏମ ମେସିନ ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କା