ଭଞ୍ଜନଗର:ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି ପାଣିପାଗ । ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଏହାପରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । 25 ତାରିଖରେ ନିର୍ବାଚନ କମିଶନର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ । ଏହାରି ଭିତରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ସମିତିସଭ୍ୟ ପ୍ରାର୍ଥୀ କବିରାଜ ବେହେରା ନାମାଙ୍କନ ଦାଖଲ କରିଛନ୍ତି । ତାଙ୍କ ପ୍ରାର୍ଥୀତ୍ବକୁ ରାଜନୈତିକ ଷଡଯନ୍ତ୍ର କରି ନାକଚ କରିବା ପାଇଁ ଯୋଜନା ଚାଲିଥିବା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କବିରାଜ ।
ଅଭିଯୋଗ ଅନୁଯାୟୀ ଜଗନ୍ନାଥପ୍ରସାଦ ପଞ୍ଚାୟତର ସମିତିସଭ୍ୟ ପଦବୀ ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ ରହିଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ଜାତିଗତ ପ୍ରମାଣ ପତ୍ର ସହ ନାମାଙ୍କନ ଦାଖଲ କରିଥିଲେ କବିରାଜ । କିନ୍ତୁ ସ୍ଥାନୀୟ ପ୍ରଶାସନ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ବିଶ୍ବସ୍ତ ସୁତ୍ରରୁ ସେ ଜାଣିବାକୁ ପାଇଥିଲେ ।