ବ୍ରହ୍ମପୁର: ଚଳିତ ସାଧାରଣ ନିର୍ବାଚନକୁ ନେଇ ସମଗ୍ର ଦେଶରେ ମାହୋଲ ସରଗରମ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ 11 ତାରିଖରେ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ଶେଷ ଦିନ। ଶେଷ ଦିନରେ ସବୁ ରାଜନୈତିକ ଦଳ ପ୍ରଚାର ମୈଦାନରେ ନିଜ ନିଜର ଦମ ଦେଖାଇଛନ୍ତି।
ଏନେଇ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଅନ୍ତର୍ଗତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜମିଥିଲା ପ୍ରାର୍ଥୀଙ୍କ ପ୍ରଚାର । ବିଜେଡି ଦଳର ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟ ନିଜର ସମର୍ଥକଙ୍କ ସହ ଖଲ୍ଲିକୋଟ ସହର ସମେତ ଆଖପାଖ ଅଞ୍ଚଳରେ ନିଜର ପ୍ରଚାର କରିଛନ୍ତି।