ବ୍ରହ୍ମପୁର:ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥର ଦୀପାବଳିରେ ବାଣ ଫୁଟାକୁ ନେଇ ସାରା ଦେଶରେ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଦୂଷଣ ସୃଷ୍ଟିକାରୀ ବାଣ ପରିବର୍ତ୍ତେ ସବୁଜ ବାଣ ଫୁଟାଇବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି । ସୁପ୍ରିମକୋର୍ଟଙ୍କ ଏହି କଟକଣା ପାଇଁ ବ୍ରହ୍ମପୁର ସହରରେ ବାଣ ବ୍ୟବସାୟ ପ୍ରଭାବିତ ହୋଇଛି । ଗତବର୍ଷ ମାନଙ୍କରେ ବାଣ ବଜାରରେ ବେଶ୍ ଭିଡ ଜମୁଥିବା ବେଳେ ଚଳିତ ବର୍ଷ ଲୋକମାନେ ବିଶେଷ ବାଣ କ୍ରୟ କରିବାକୁ ଆସୁନଥିବା କହିଛନ୍ତି ବ୍ୟବସାୟୀ ।
ସେହିପରି ସରକାରଙ୍କ ନିର୍ଦ୍ଦେଶନାମା ଏବଂ ଅଧିକ ପ୍ରଦୂଷଣ ସୃଷ୍ଟକାରୀ ବାଣ ବିକ୍ରି ଉପରେ ରହିଥିବା କଟକଣାକୁ ଦୃଷ୍ଟିରେ ରଖି କେବଳ ସବୁଜ ବାଣ ବିକ୍ରି କରାଯାଉଥିବା ବ୍ୟବସାୟୀ କହିଛନ୍ତି । ବିଗତ ବର୍ଷ ମାନଙ୍କରେ ଯାହା ବ୍ୟବସାୟ ହେଉଥିଲା ତାହା ତୁଳନାରେ ବ୍ରହ୍ମପୁର ସହର ଉପକଣ୍ଠ ଦିଗପହଣ୍ଡି ରାସ୍ତାର ଡେଙ୍ଗାପଦର ଠାରେ ଜିଲ୍ଲା ପ୍ରଶାସନର ଅନୁମତିରେ ଖୋଲା ଯାଇଥିବା ବାଣ ବଜାରରେ ମାତ୍ର 20 ପ୍ରତିଶତ ବ୍ୟବସାୟ ହୋଇଛି । ତେବେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରି ସବୁଜ ବାଣ ଫୁଟାଇପାରିବା ବୋଲି ସଚେତନତା ବାର୍ତ୍ତା ଦେଇଛନ୍ତି ବାଣ ବ୍ୟବସାୟୀ ।
ଏହା ମଧ୍ୟ ପଢନ୍ତୁ: ଦୀପାବଳି ଗାଇଡଲାଇନ: ଉଚ୍ଚ ଶବ୍ଦ ବାଣକୁ ନା, ରାତି 10ଟା ଭିତରେ ସରିବ ବାଣ ଫୁଟା !