ବ୍ରହ୍ମପୁର:୬୧ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତା ଚଳିତ ମାସ ୧୫ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ଚେନ୍ନାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବ୍ରହ୍ମପୁରରୁ ପାଞ୍ଚ ଜଣିଆ ସ୍କେଟର ଚେନ୍ନାଇ ଯାତ୍ରା କରିଛନ୍ତି । ସେମାନେ ହେଲେ ଆଶୁତୋଷ ପାଢୀ, ଆଶୁତୋଷ ମହାପାତ୍ର, ପ୍ରତ୍ୟୁଷ କୁମାର ଶବର, ସ୍ପନ୍ଦନ କୁମାର ନାୟକ, ଆର୍ୟେଶ ମହାପାତ୍ର ଓ ପ୍ରଜକ୍ତା ଶବର । ମଙ୍ଗଳବାର ଦିନ ଏହି ଖେଳାଳିମାନେ ବ୍ରହ୍ମପୁରରୁ ଟ୍ରେନ ଯୋଗେ ଚେନ୍ନାଇ ଯାଇଛନ୍ତି । ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ (RSFI) ପକ୍ଷରୁ ଆୟୋଜିତ ଉକ୍ତ ଜାତୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟରମାନେ ଅଂଶ ଗ୍ରହଣ କରିବେ ।
ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପରେ ଅଂଶଗ୍ରହଣ ପାଇଁ ଗତ ଅକ୍ଟୋବର ମାସ ୨୪ ଓ ୨୫ ତାରିଖରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଏକ ସ୍ବତନ୍ତ୍ର ପ୍ରତିଯୋଗିତା ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁରର ୫ ଜଣ ବାଳକ ଓ ଜଣେ ବାଳିକା ଆଶୁତୋଷ ପାଢୀ, ଆଶୁତୋଷ ମହାପାତ୍ର, ପ୍ରତ୍ୟୁଷ କୁମାର ଶବର, ସ୍ପନ୍ଦନ କୁମାର ନାୟକ, ଆର୍ୟେଶ ମହାପାତ୍ର ଓ ପ୍ରଜକ୍ତା ଶବର ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ ହୋଇଥିଲେ । ଏହାପରେ ସେମାନେ ବ୍ରହ୍ମପୁର ସହର ସ୍ଥିତ ସିଲ୍କି ରୋଲର ସ୍କେଟିଂ ଏକାଡେମୀରେ ନିଜର ଅଭ୍ୟାସ ଜାରି ରଖିଥିଲେ ।
ଏହା ମଧ୍ୟ ପଢନ୍ତୁ: BWF ସୁପର 100 ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍; ସିଲ୍ଭର ସିଟିରେ ଲଢ଼ିବେ ୩୦ ଦେଶର ୩୦୦ ଖେଳାଳି