ଓଡିଶା

odisha

ପରୀକୁ ନ୍ୟାୟ ଓ ଧାନମଣ୍ଡି ସମସ୍ୟା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

By

Published : Dec 16, 2020, 9:27 AM IST

ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ଘୁମୁଷର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ସମ୍ପାଦକ ପିଙ୍କି ପ୍ରଧାନ ଯୋଗ ଦେଇଥିଲେ ।

ବିଜେପିର ସାମ୍ବାଦିକ ସମ୍ମିଳନୀ
ବିଜେପିର ସାମ୍ବାଦିକ ସମ୍ମିଳନୀ

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ପୋଲସରା ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ଘୁମୁଷର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ସମ୍ପାଦକ ପିଙ୍କି ପ୍ରଧାନ ଯୋଗ ଦେଇଥିଲେ ।

ବିଜେପିର ସାମ୍ବାଦିକ ସମ୍ମିଳନୀ

ଏହି ସାମ୍ବାଦିକ ସମ୍ମିଳନୀରେ ପରୀ ହତ୍ୟା ଘଟଣାର ଉଚିତ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଗିରଫ ଦାବି କରିବା ସହ କୃଷକଙ୍କ ସମସ୍ୟା ସମେତ ଧାନମଣ୍ଡି ଖୋଲିବାରେ ବିଳମ୍ବ ନେଇ ଆଲୋଚନା ହୋଇଥିଲା ।

ଏଥିସହିତ ଆଗାମୀ ଦିନରେ ପରୀ ଗ୍ରାମ ନୟାଗଡକୁ ପଦଯାତ୍ରା କରିବା ସହିତ ପ୍ରତ୍ୟେକ ଧାନମଣ୍ଡିରେ ବିଜେପିର କର୍ମକର୍ତ୍ତାମାନେ ଜଗି ରହିବା ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details