ବ୍ରହ୍ମପୁର:ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଯୁବ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ରାଜ୍ୟର ବିଜେଡ଼ି ସରକାର । ରାଜ୍ୟ ରାଜକୋଷକୁ ଲୁଟ୍ କରି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ କ୍ୟାମ୍ପସ ଗୁଡିକରେ ଦଳୀୟ ପ୍ରଚାର କରାଯାଉଛି । ଯୋଜନା ଗୁଡିକୁ ସରକାରୀ ସ୍ତରରେ ବାଟମାରଣା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଅଭିଳାଷ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧୫ ଦିନ ଧରି ରାଜ୍ୟର ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ଓ ଅନ୍ୟାନ୍ୟ ମହାବିଦ୍ୟାଳୟ ଗୁଡିକରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ଚିହ୍ନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରଖି ପ୍ରଚାର କରାଯାଉଛି । ଓଡ଼ିଶାରେ ଦିନକୁ ଦିନ ଶିକ୍ଷାର ଅବନତି ଘଟୁଥିବା ସମୟରେ କ୍ୟାମ୍ପସରେ ମାଳ ମାଳ ସମସ୍ୟା ରହିଛି । ରାଜ୍ୟ ସରକାର ଓଡ଼ିଶାର ରାଜ୍ୟକୋଷକୁ ନିଜ ଦଳୀୟ ପ୍ରଚାର କରୁଛନ୍ତି । ଯେଉଁ ଟଙ୍କା ଶିକ୍ଷାର ବିକାଶରେ ଲାଗିବା କଥା ସେ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳର ପ୍ରଚାରରେ ଲଗାଉଛନ୍ତି । ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିଗତ ୧୫ ଦିନରେ ନିଜ ଦଳୀୟ ପ୍ରଚାର ପାଇଁ ଓଡ଼ିଶାର କଲେଜ କ୍ୟାମ୍ପସରେ ଖର୍ଚ୍ଚ କରିଯାଇଛି । ଓଡ଼ିଶାର ସମସ୍ତ ୪୮୮ ଏବଂ ୬୬୨ ବର୍ଗର ମହାବିଦ୍ୟାଳୟ ଅଧ୍ୟାପକ ମାନେ ରିଲ୍ଲେ ଧାରଣାରେ ୯ ମାସ ଧରି ବସିଛନ୍ତି । ଏପରିକି ଏହି କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ଅର୍ଥର ବଡ ଅଂଶ କେବଳ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ମାରିବାକୁ ସରକାରୀ ନିର୍ଦ୍ଦେଶିକାରେ କୁହାଯାଇଥିବା ଦୁର୍ଭାଗ୍ୟଜନକ ବୋଲି କହି ସମାଲୋଚନା କରିଛନ୍ତି ଅଭିଳାଷ ପଣ୍ଡା ।
ଏହା ମଧ୍ୟ ପଢନ୍ତୁ-ଓଡିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି, କରପସନ୍ ସରକାରଙ୍କ ନୀତି: ବିଜେପି