ବ୍ରହ୍ମପୁର: ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ବିଜେପିର ବିରୋଧ । ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଅଞ୍ଚଳରେ ସୋମବାର ବିଜେଡି ପଦଯାତ୍ରା କରିଥିବାବେଳେ ବିଜେପି ଏହାକୁ ବିରୋଧ କରିଥିଲା । ବିଜେପି କର୍ମୀ ପାଟିରେ କଳାକନା ପରିଧାନ କରି ଗୋଷାଣିନୂଆଗାଁ ଅଞ୍ଚଳରେ ନୀରବ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।
ଗୋଷାଣିନୂଆଗାଁରେ ବିଜେଡିର ପଦଯାତ୍ରାକୁ ବିଜେପିର ବିରୋଧ ଆଜି ବ୍ରହ୍ମପୁର ମହାନଗର ନିଗମର ୩୦ ନମ୍ୱର ୱାର୍ଡର ବିଜେଡିର ଏକ ପଦଯାତ୍ରା ଆରମ୍ଭ ହୋଇଥିଲା, ଏହି ପହଯାତ୍ରାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ବିଧାୟକଙ୍କ ଓ ଦଳର ବହୁ କର୍ମୀ ସାମିଲ ହୋଇଥିଲେ । ଗୌକୁଳଧାମ ଠାରୁ ଏହି ପଦଯାତ୍ରା ବାହାରି ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ । ଏହି ସମୟରେ ବିଜେପି ଦଳର କର୍ମୀ ବିଜେଡିର ଏହି ପଦଯାତ୍ରାକୁ ବିରୋଧ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଭୁଶୁଡ଼ିଲା ବ୍ରିଟିଶ ଅମଳ ବ୍ରିଜ, ପୂର୍ତ୍ତ ବିଭାଗ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ
ବିଜେପି ଯୁବମୋର୍ଚ୍ଚା ତରଫରୁ ବିଜେଡି ଜନସମ୍ପର୍କ ପଦଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ଗୋଷାଣିନୂଆଗାଁ ଅଞ୍ଚଳରେ ଫ୍ଲାଗ କାର୍ଡ ଧରି ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିଜେପିର ସ୍ଥାନୀୟ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମେତ ସହରର କେତେକ କର୍ମକର୍ତ୍ତା ମିଳିତ ଭାବରେ ଗୋଷାଣିନୂଆଗାଁ ଅଞ୍ଚଳ ପ୍ରତି ହୋଇଥିବା ଚରମ ଅବହେଳାକୁ ନେଇ ପ୍ରତିବାଦ କରିଥିଲେ । ସ୍ଥାନୀୟ ଅଞ୍ଚଳର ବେଢାବନ୍ଧ, ଶାଳିଆ ବନ୍ଧ, ନୁଆ ବନ୍ଧ, ଆଗୁଳ ବନ୍ଧ, ଦେଉଳ ବନ୍ଧର ପୁନରୁଦ୍ଧାର ସହିତ ଗ୍ରାମର ସବୁ ମୁଖ୍ୟ ରାସ୍ତା ଗୁଡ଼ିକର ମରାମତି, ନୂଆସାହି କଲ୍ୟାଣ ମଣ୍ଡପର ନିର୍ମାଣ ସହିତ ବିଭିନ୍ନ ବିଷୟକୁ ବିଜେଡିକୁ ନେଇ ପ୍ରଶ୍ନ କରିଥିଲା ବିଜେପି ।
ବ୍ରହ୍ମପୁର, ଇଟିଭି ଭାରତ