ଓଡିଶା

odisha

ETV Bharat / state

ଡ୍ରେନେଜ ବିଭାଗର ଅର୍ଥ ହଡପ ଅଭିଯୋଗ ଆଣିଲା ବିଜେପି

ଡ୍ରେନେଜ ବିଭାଗର ଅର୍ଥ ହଡପ ହୋଇଥିବା ଅଭିଯୋଗ। ଏହାର ତଦନ୍ତ ଦାବିରେ ବିଜେପି ପକ୍ଷରୁ, ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ଜରିଆରେ ରାଜ୍ୟ ଗୃହ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

By

Published : Nov 4, 2019, 4:21 PM IST

bjp

ବ୍ରହ୍ମପୁର: ଡ୍ରେନେଜ ବିଭାଗର ଅର୍ଥ ହଡପ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ତେବେ ଏହାର ତଦନ୍ତ ଦାବିରେ ଦଳ ପକ୍ଷରୁ ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭରେ ଦଳର ବହୁ ନେତା ଉପସ୍ଥିତ ରହିଥିଲେ।

ବ୍ରହ୍ମପୁର ସହର ତଥା ଗ୍ରାମାଞ୍ଚଳ ଡ୍ରେନଜ ପୁନରୁଦ୍ଧାର ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଏହି ଡିଭିଜନକୁ ଆସୁଛି । ପ୍ରକୃତପକ୍ଷେ ଏହାର ସଦୁପଯୋଗ କରାନଯାଇ ବ୍ୟାପକ ଦୁର୍ନୀତି କରାଯାଇ ଏହି ଟଙ୍କାକୁ ହେରଫେର କରାଯାଉଛି। କେବଳ କାଗଜପତ୍ରରେ କାର୍ଯ୍ୟ ହେଲା ଭଳି ଦେଖାଯାଇ ଫଲସ୍ ବିଲ କରି କୋଟି କୋଟି ଟଙ୍କା ହଡପ କରାଯାଉଥିବା ଅଭିଯୋଗ ଆଣିଛି ବିଜେପି।

ଡ୍ରେନେଜ ବିଭାଗର ଅର୍ଥ ହଡପ ଅଭିଯୋଗକୁ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଏପରିକି ବ୍ରହ୍ମପୁର ସହରରେ ଅଳ୍ପ ବର୍ଷାରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା ବେଳେ ସହରର ସମସ୍ତ ମଇଳା ପାଣି ସାପୁଆ ନାଳ ଓ ବାହାନା ନାଳ ମଧ୍ୟରେ ଜମା ହୋଇ ରହିଛି। ଯାହାକି ଏହି ଦୁଇ ନାଳର ଦାୟିତ୍ବ ଡ୍ରେନେଜ ଡିଭିଜନ ବ୍ରହ୍ମପୁର ଉପରେ ନ୍ୟସ୍ତ ରହିଥିବାରୁ ଏହାର ତଦନ୍ତ କରିବା ପାଇଁ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ଜରିଆରେ ରାଜ୍ୟ ଗୃହ ସଚିବଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସମ୍ପାଦକ ବିଭୂତି ଜେନା, ରାଜେଶ ସାହୁ, ପ୍ରଭାତ ଷଡଙ୍ଗୀ, ସୁନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details