ଭଞ୍ଜନଗର:ଦରଦାମ ବୃଦ୍ଧି ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜେପି ବିରୋଧରେ ରାଲି କରୁଛି ବିଜେଡି । ହେଲେ ଏହି ରାଲି କଣ ପାଇଁ ହେଉଛି ଓ କଣ ଦାବି ରହିଛି ତାହା କିନ୍ତୁ ଜଣାନାହିଁ ରାଲିରେ ସାମିଲ ହୋଇଥିବା କର୍ମୀଙ୍କୁ । ଗତକାଲି ଦରଦାମ ବୃଦ୍ଧି ନେଇ ଭଞ୍ଜନଗରରେ ବିଜେଡି ମହିଳା ମୋର୍ଚ୍ଚା ତରଫରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ହେଲେ ଏଥିରେ ଗ୍ରାମଞ୍ଚଳର ସାମିଲ ମହିଳା ବିଜେଡିର ପୋଲ ଖୋଲିଛନ୍ତି । ସମାବେଶରେ ସାମିଲ ହୋଇଛନ୍ତି ସତ ହେଲେ ସମାବେଶ କଣ ପାଇଁ ହେଉଛି ତାହା କିନ୍ତୁ ଜଣାନାହିଁ ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି ମହିଳା । ମୋର ମାସେ ହେଲା ଦେହ ଖରାପ ଅଛି । ମୋତେ ରାଲିକୁ ଡାକିଲେ ବୋଲି ମୁଁ ଆସିଛି ହେଲେ ମୋତେ ଜଣା ନାହିଁ ଏଠି କଣ ହେଉଛି ବୋଲି ମହିଳା ଜଣଙ୍କ କହିଛନ୍ତି ।
ବିଜେଡି ରାଲିରେ ମହିଳାଙ୍କୁ ଜଣା ନାହିଁ ସମାବେଶର କାରଣ , ପୋଲ ଖୋଲିଲେ ମହିଳା ଏଥିସହ ରାଲିକୁ ଆସିବାକୁ ମହିଳା ଜଣଙ୍କୁ ବାଧ୍ୟ କରାଯାଇଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ଏଥିପାଇଁ ସରପଞ୍ଚ ତାଙ୍କୁ ଡାକିଥିବା ସେ କହିଛନ୍ତି । ଏମିତି କହିବା ସହ ମହିଳା ଜଣଙ୍କ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ମଧ୍ୟ କହିଛନ୍ତି ।
ସୂଚନାଅନୁଯାୟୀ ପେଟ୍ରୋଲ, ଡିଜେଲ ଓ ଇନ୍ଧନଗ୍ୟାସରେ ଅହେତୁକ ଦରବୃଦ୍ଧି ନେଇ ଗତକାଲି ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଛା ତରଫରୁ ଏକ ସମାବେଶ ହୋଇଥିଲେ । ଏଥିରେ ଅଞ୍ଚଳର ଅନେକ ମହିଳା ଯୋଗ ଦେଇ ଉପଜିଲ୍ଲାପାଳଙ୍କୁ ଏକ ଦରଦାମ୍ ବୃଦ୍ଧି ନେଇ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସମାବେଶରେ ଯୋଗ ଦେଇଥିବା ମହିଳା ସମାବେଶ କାହିଁକି କରାଯାଉଛି ତାହା ଜାଣିନଥିଲେ । ଅନ୍ୟ ପଟେ ମହିଳା ସଭାନେତ୍ରୀ ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କେତେ ଭୂମିକା ରହିଛି ତାହା ମଧ୍ୟ ଜାଣିନାହାନ୍ତି । ନିର୍ଦ୍ଦେଶ ଆସିଲା ପ୍ରତିବାଦ କର ସେଥିପାଇଁ ଆମେ ଆସିଛୁ ବୋଲି ସଭାନେତ୍ରୀ କହିଛନ୍ତି ।
ଅନ୍ୟପଟେ ବିଜେଡିର ଏହି ସମାବେଶକୁ ତାଚ୍ଛଲ୍ୟ କରିଛି ବିଜେପି । କିଛିଦିନ ହେଲା ବିଜେପି ଯେଉଁ ଆନ୍ଦୋଳନ ଚଳାଇଛି ତା ଠାରୁ ଧ୍ୟାନ ହଟାଇବାକୁ ଏହା ହେଉଛି ବିଜେଡିର ଏକ ଚକ୍ରାନ୍ତ ବୋଲି ବିଜେପି କହିଛି ।
ଭଞ୍ଜନଗରରୁ ରଞ୍ଜନ କୁମାର ସ୍ବାଇଁ , ଇଟିଭି ଭାରତ