ଓଡିଶା

odisha

By

Published : Nov 6, 2020, 5:43 PM IST

ETV Bharat / state

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜୟ ମଙ୍ଗଳ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ମୃତକ ଜଣକ ହେଲେ ବିକି ବେହେରା । ଅଧିକ ପଢନ୍ତୁ...

bike-accident-in-Bhanjanagar-1-dead-and-1-injured
ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜୟ ମଙ୍ଗଳ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ମୃତକ ଜଣକ ହେଲେ ବିକି ବେହେରା ।

ସୂଚନା ମୁତାବକ, ଗୁରୁବାର ଦିନ ଉଭୟ ୨ ଜଣ ସାଙ୍ଗ ହୋଇ ଏକ ବାଇକ ଯୋଗେ କୌଣସି କାମରେ ଭଞ୍ଜନଗର ଆସିଥିଲେ । କାମ ସାରି ଉଭୟ ରାତିରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଜୟମଙ୍ଗଳ ଗ୍ରାମ ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଏକ କଲଭଟକୁ ଧକ୍କା ହୋଇ ଉଭୟ ଘଟଣା ସ୍ଥଳରେ ଗୁରୁତର ଭାବେ ଆହତ ହୋଇ ପଡିରହିଥିଲେ ।

ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଖବର ପାଇ ଶୁକ୍ରବାର ଅଗ୍ନିଶମ ବିଭାଗ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ବିକି ବେହେରାଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହିତ କାର୍ତ୍ତିକେଶ୍ୱର ମଲ୍ଲିକଙ୍କ ଚିକିତ୍ସା ଜାରିରହିଛି ।

ଭଞ୍ଜନଗର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details