ଭଞ୍ଜନଗର(ଗଞ୍ଜାମ): ଭିଜିଲାନ୍ସ ଜାଲରେ ପୁଣିଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ବାଘୁଆ ଜଳସେଚନ ପ୍ରକଳ୍ପର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି ।
ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, 7ଟି ସ୍ଥାନରେ ରେଡ୍ - ଭିଜିଲାନ୍ସ ପଞ୍ଝାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଭିଜିଲାନ୍ସ ପଞ୍ଝାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ବାଘୁଆ ଜଳସେଚନ ପ୍ରକଳ୍ପର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅଧିକ ପଢ଼ନ୍ତୁ bhanjanagar irrigation department assistant executive engineer Under Vigilance Scanner
ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, 7ଟି ସ୍ଥାନରେ ଚଢ଼ାଉ ଜାରି
ବିଷ୍ଣୁ ଚରଣ ସାହୁଙ୍କ କାର୍ଯ୍ୟାଳୟ ସମେତ ବୁଗୁଡ଼ାରେ ଥିବା ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉରେ ଜଣେ ଅତିରିକ୍ତ ଏସ୍ପି, ୪ ଜଣ ଡିଏ୍ପି, ୯ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ରହିଛନ୍ତି । ଚଢ଼ାଉ ଶେଷରେ ବହିର୍ଭୂତ ସମ୍ପତିର ତାଲିକା ଜଣାଇ ଦିଆଯିବ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି ।
ଇଟିଭି ଭାରତ, ଭଞ୍ଜନଗର