ଓଡିଶା

odisha

ETV Bharat / state

ଦାରିଦ୍ୟର ତାଡନାରେ ଚରଣ ନାଇକଙ୍କ ପରିବାର, ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ପଞ୍ଚାୟତ ନାରାୟଣ ପାଟଣା ଗ୍ରାମ ନିକଟ ବଡ଼ ନଦୀ ହୁଡାରେ ବସବାସ କରୁଥିବା ଚରଣ ନାଇକଙ୍କ ପରିବାର । ରହିବା ପାଇଁ ଘର ଖଣ୍ଡେ ନଥିବାରୁ ଗାଁଗାଁ ବୁଲି ଚଳୁଛନ୍ତି ଚରଣ । ଦେଖନ୍ତୁ ଏହି ରିପୋର୍ଟ

By

Published : Oct 14, 2022, 9:33 PM IST

ଦାରିଦ୍ୟର ତାଡନାରେ ଚରଣ ନାଇକଙ୍କ ପରିବାର
ଦାରିଦ୍ୟର ତାଡନାରେ ଚରଣ ନାଇକଙ୍କ ପରିବାର

ଭଞ୍ଜନଗର: ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଥିରୁ ବଞ୍ଚିତ ପ୍ରକୃତ ହିତାଧିକାରୀ । ବେଳେବେଳେ ପରିସ୍ଥିତି ଏପରି ଏକ ସ୍ଥାନରେ ଆଣି ଠିଆ କରେ ଯେଉଁଠାରେ ମଣିଷର ବଞ୍ଚିବା କଷ୍ଟକର ହୋଇଯାଏ । ଏଭଳି ବାସହରା ଅନ୍ଧକାର ଜୀବନ ବିତାଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ପଞ୍ଚାୟତ ନାରାୟଣ ପାଟଣା ଗ୍ରାମ ନିକଟ ବଡ଼ ନଦୀ ହୁଡାରେ ବସବାସ କରୁଥିବା ଚରଣ ନାଇକଙ୍କ ପରିବାର । ରହିବା ପାଇଁ ଘର ଖଣ୍ଡେ ନଥିବାରୁ ଗାଁଗାଁ ବୁଲି ଚଳୁଛନ୍ତି ଚରଣ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ପଞ୍ଚାୟତ ନାରାୟଣ ପାଟଣା ଗ୍ରାମ ନିକଟ ବଡ଼ ନଦୀ ହୁଡାରେ ବସବାସ କରନ୍ତି ଚରଣ ନାଇକଙ୍କ ପରିବାର l ପରିବାର କହିଲେ ଚରଣ ନାଇକ ତାଙ୍କ ସ୍ତ୍ରୀ ତମ୍ବାଳ ନାଇକ ଓ ତାଙ୍କ ଦୁଇଟି ସନ୍ତାନ । ଝିଅ ବାହା ହୋଇ ଶାଶୁଘରେ ଥିବା ବେଳେ ପୁଅ ମାନସିକ ବିକୃତ ।

ଦାରିଦ୍ୟର ତାଡନାରେ ଚରଣ ନାଇକଙ୍କ ପରିବାର

ଏହା ମଧ୍ୟ ପଢନ୍ତୁ: Exclusive: କାହା ବିରୋଧରେ ପ୍ରଚାର କରିବି ନାହିଁ, ଲୋକଙ୍କ ଆଶୀର୍ବାଦ ଲୋଡିବି: ରାଜେନ୍ଦ୍ର ଦାସ

ବହୁ ବର୍ଷ ହେଲା ତିଲିସିଙ୍ଗି ପଞ୍ଚାୟତର ଲେମ୍ଭେଇ ଗ୍ରାମରେ କୁଡିଆଟିଏ କରି ରହିଆସୁଥିଲେ ଚରଣ । ସରକାରୀ ଭତ୍ତା ଓ ଚାଉଳ ପାଇଁ ତେଲଲୁଣର ସଂସାର ଚାଲୁଥିଲା । କିନ୍ତୁ ରାସନ କାର୍ଡଟି ଚୋରି ହୋଇଯିବା ପରେ ଖାଇବାକୁ ଦିମୁଠା ପାଇଲେ ନାହିଁ । ବ୍ଲକ ଅଫିସ କୁ ଦୁହେଁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ସୁଦ୍ଧା କେହି ଦୁଃଖ ଶୁଣିନଥିଲେ । ଚରଣଙ୍କ ହାତ କାମ କରୁନଥିବା କାରଣରୁ ବର୍ତ୍ତମାନ ଗାଁ ଗାଁ ବୁଲି କୁଡିଆ କରି ଭିକ୍ଷାବୃତ୍ତି କରି ଚଳୁଛନ୍ତି ଚରଣ । ବର୍ତ୍ତମାନ ଲେମ୍ଭେଇ ଗ୍ରାମକୁ ଛାଡି କୁଲାଡ଼ ନିକଟ ନାରାୟଣ ପାଟଣା ଗ୍ରାମର ବଡନଦୀ ହୁଡାରେ ଏକ କୁଡ଼ିଆ କରି ରହିଛନ୍ତି । ଚରଣଙ୍କ ହାତ କାମ କରୁନଥିବା କାରଣରୁ ମାଗିଯାଚି ପରିବାର ପ୍ରତିପୋଷଣ କରନ୍ତି । ଦିନେ ଖାଇବାକୁ ପାଉଥିବା ବେଳେ ଦିନେ ଉପବାସରେ ଦିନ କାଟନ୍ତି । ଗରିବ ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା ଥିବା ବେଳେ ଚରଣ ନାଇକଙ୍କ ପରିବାର ପାଇଁ ସତେ ଯେମିତି ସାତସପନ ପାଲଟିଛି ।

ଅନ୍ୟପଟେ ବାସହୀନଙ୍କୁ ସରକାର ଜମିପଟା ଦେଇ ଥଇଥାନ କରିବାର ବ୍ୟବସ୍ଥା ଅଛି ତଥାପି ଚରଣଙ୍କ ପରିବାରକୁ ଆଜି ସୁଦ୍ଧା ଘର କି ସରକାରୀ ସାହାଯ୍ୟ କିଛି ବି ମିଳିଲା ନାହିଁ ।ଏଭଳି ଦୁଃଖଦ ପରିସ୍ଥିତିରେ ସହଯୋଗର ହାତ ବଢାଇଛି ବିପଦର ବନ୍ଧୁ ସଂଗଠନ । ଭଙ୍ଗା କୁଡ଼ିଆକୁ ସଜାଡ଼ିବା ସହିତ ମାସିକ ରାସନ ଏବଂ ଲୁଗାପଟା ଯୋଗାଇ ଆସୁଛନ୍ତି l ତେବେ ଚରଣକୁ ସରାକରୀ ସାହାଯ୍ୟ ଯୋଗାଇଦେବା ପାଇଁ ଦାବି କରିଛନ୍ତି ସଂଗଠନ ସଦସ୍ୟା ।

ଏନେଇ ବିପଦର ବନ୍ଧୁ ସଂଗଠନ ଜଣ ସଦସ୍ୟ କହିଛନ୍ତି ଯେ, "ଯେତେବେଳେ ସେମାନେ ଆମ ଗ୍ରାମକୁ ଆସିଲେ ଆମେ ସେମାନଙ୍କୁ ସାହାଯ୍ୟ କରିଲୁ । ପ୍ରଥମେ କାଠ ଯୋଗାଇବା ସହ କୁଡିଆ ମଧ୍ୟ କରିଛୁ । ଏହାସହ ମାସିକ ରାସନ ଏବଂ ଲୁଗାପଟା ମଧ୍ୟ ଯୋଗାଇ ଦେଇଛୁ । କିନ୍ତୁ ଚରଣଙ୍କ ପରିବାରକୁ ସରକାରୀ ସାହାଯ୍ୟର ଆବଶ୍ୟକତା ରହିଛି । ସରକାର ତାଙ୍କୁ ସାହାଯ୍ୟ କରିବା ଆବଶ୍ୟକ ।" ପରିବାର ଉପରେ ଯଦି କଳାବାଦଲ ମାଡିଆସେ ତେବେ ଜୀବନ ଦୁର୍ବିସହ ହୋଇପଡେ । ସରକାରଙ୍କ ମାଳମାଳ ଯୋଜନାକୁ ଯଦି କିଛିଟା ଚରଣଙ୍କ ପରିବାରକୁ ମିଳିଥାନ୍ତା ତେବେ ତାଙ୍କର ଦୁଃଖ ଦୂର ହୋଇପାରନ୍ତା ।

ଇଟିଭି ଭାରତ, ଭଞ୍ଜନଗର

ABOUT THE AUTHOR

...view details