ଓଡିଶା

odisha

ETV Bharat / state

ଏମକେସିଜିରେ ଅଚାନକ ପହଞ୍ଚିଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ - ଦକ୍ଷିଣ ଓଡିଶାବାସୀ

ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଚାନକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 8, 2019, 11:40 PM IST

ବ୍ରହ୍ମପୁର: ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଚାନକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା । ଉଭୟ ସାଂସଦ ଓ ବିଧାୟକ ମେଡିକାଲର ମେଡିସିନ ବିଭାଗ, ଶିଶୁ ରୋଗ ବିଭାଗର ଏସଏନସିୟୁ, ସୁପର ସ୍ପେଶାଲିଟି ବ୍ଳକ, ଇଣ୍ଡୋର୍‌ ସମେତ ବିଭିନ୍ନ ୱାର୍ଡ଼କୁ ବୁଲି ଦେଖିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ଏହାଛଡ଼ା କିଛି ୱାର୍ଡ଼ର କୋଠାର ଅବସ୍ଥା ଦେଖି କିଭଳି ଖୁବ୍‌ ଶୀଘ୍ର ମରାମତି କରାଯିବ ସେ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି । ଅନ୍ୟପଟେ କିଭଳି ଭାବେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି ସେ ନେଇ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ ।

ଏପରିକି ଡାକ୍ତର ଓ କର୍ମଚାରୀଙ୍କ ଅଭାବକୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ କହିଛନ୍ତି ବୋଲି ସାଂସଦ ଓ ବିଧାୟକ କହିଛନ୍ତି । ଏହି ଅବସରରେ ମେଡିକାଲର ଅଧିକ୍ଷକ ପ୍ରଫେସର ରାଧା ମାଧବ ତ୍ରିପାଠୀ , ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା , ମେଡିକାଲର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details