ଓଡିଶା

odisha

ETV Bharat / state

ଏପ୍ରିଲ ୪ରୁ ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ ଯାତ୍ରା, ସ୍ଥାପନ ହେଲା ଶୁଭଖୁଣ୍ଟି - ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର ସହରବାସୀଙ୍କ ଅପେକ୍ଷାର ଅନ୍ତ ଘଟିଲା । ଘୋଷଣା ହେଲା ମାଆ ବୁଢୀ ଠାକୁରାଣୀ ଯାତ୍ରା ତାରିଖ । ଏପ୍ରିଲ ୪ ତାରିଖରୁ ଦୁଲୁକିବ ବ୍ରହ୍ମପୁର । ଅଧିକ ପଢନ୍ତୁ

ବୁଢୀ ଠାକୁରାଣୀ ଯାତ୍ରା
ବୁଢୀ ଠାକୁରାଣୀ ଯାତ୍ରା

By

Published : Mar 18, 2023, 7:39 AM IST

Updated : Mar 18, 2023, 9:18 AM IST

ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର:ସହରବାସୀଙ୍କ ମଧ୍ୟରେ ଖୁସିର ମାହୋଲ । ଘୋଷଣା ହେଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ତାରିଖ । ଏପ୍ରିଲ ୪ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ।

ଏପ୍ରିଲ ୪ ତାରିଖ ମଧ୍ୟରାତ୍ରରୁ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ରେଶମ ସହରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବେଳେ ଯାତ୍ରା ପାଇଁ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଏହି ତାରିଖ ସ୍ଥିର କରାଯାଇଛି । ମାଆଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପକ୍ଷରୁ ତାଙ୍କ ମୁଖ୍ୟ ପୂଜକ ସିଦ୍ଧାନ୍ତୀଙ୍କ ପକ୍ଷରୁ ଏହି ତାରିଖ ଚୁଡାନ୍ତ କରାଯାଇଛି । ଯାତ୍ରା ତାରିଖରୁ ୪ ଆରମ୍ଭ ହୋଇ ମେ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ସିଦ୍ଧାନ୍ତୀ ଘୋଷଣା କରିଛନ୍ତି ।

ଅନ୍ୟପଟେ ଶୁକ୍ରବାର ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପ୍ରାୟ ରାତି ୨ଟା ସମୟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ମାଆଙ୍କର ଶୁଭଖୁଣ୍ଟି ସ୍ଥାପନ ସମୟରେ ଶହଶହ ଲୋକ ଉପସ୍ଥିତ ରହିଥିଲେ । ସ୍ଥାନୀୟ ଅଞ୍ଚଳ ପୁରା ଜନସମୁଦ୍ର ହୋଇଯାଇଥିଲା । ଅନ୍ୟପଟେ ଯାତ୍ରା ପାଇଁ ମଧ୍ୟ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମାଆଙ୍କ ଯାତ୍ରାର ପରମ୍ପରା ମଧ୍ୟରେ ମାଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ପକ୍ଷରୁ ପ୍ରଥମେ ଶୁଭଖୁଣ୍ଟି ସ୍ଥାପନ ପାଇଁ ତାରିଖ ଚୁଡାନ୍ତ କରାଯାଇଥାଏ ।

ଚଳିତବର୍ଷ ଦେଶୀବେହେରାଙ୍କ ମୁଖ୍ୟ ପୂଜକ କୁହାଯାଉଥିବା ସିଦ୍ଧାନ୍ତୀଙ୍କ ପକ୍ଷରୁ ମାର୍ଚ୍ଚ ମାସର ୧୭ ଓ ୧୯ ତାରିଖ ବାହାର କରାଯାଇଥିବା ବେଳେ ସେଥିରୁ ୧୭ ତାରିଖକୁ ଚୟନ କରାଯାଇଥିଲା । ଆଉ ସେହି ତିଥି ଅନୁଯାୟୀ ମାଆଙ୍କ ବାପାଘର କୁହାଯାଉଥିବା ଯାତ୍ରାର ମୁଖ୍ୟ ପରିଚାଳକ ଦେଶୀ ବେହେରାଙ୍କ ପକ୍ଷରୁ ସହରରେ ଧେଣ୍ଡୁରା ଦିଆଯାଇ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ସମ୍ପର୍କରେ ସୂଚିତ କରାଯାଇଛି । ତେବେ ଗତକାଲି ଆୟୋଜିତ ସଭାରେ ଯାତ୍ରା ନେଇ ନିଷ୍ପତ୍ତି ନିଆଯାଇଛି । ରାତି ୧୦ଟାରେ ଦେଶୀ ବେହେରା ସାହିରେ ଆୟୋଜିକ ବୈଠକରେ ଦେଶୀବେହେରାଙ୍କ ପକ୍ଷରୁ ତାଙ୍କ ମୁଖ୍ୟ ପୂଜକ ସିଦ୍ଧାନ୍ତୀଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।

ପ୍ରକାଶଥାଉକି, ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରୀ ପ୍ରସିଦ୍ଧ ଅଟେ । ପାଖାପାଖି ୨୮ ଦିନ ଧରି ଚାଲିବାକୁ ଥିବା ଯାତ୍ରାରେ ବ୍ରହ୍ମପୁରକୁ ଛୁଟେ ଶ୍ରଦ୍ଧାଳୁଙ୍କ ସୁଅ । ସାହି ବୁଲିବେ ମାଆ । ମାଆଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି । ମାଆ କେତେବେଳେ ଆସିବେ ସେମାନଙ୍କୁ ଦର୍ଶନ ଦେବେ ତାକୁ ଅପେକ୍ଷା କରିଛନ୍ତି ସହରବାସୀ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Mar 18, 2023, 9:18 AM IST

ABOUT THE AUTHOR

...view details