ଓଡିଶା

odisha

ETV Bharat / state

ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ: ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ବରରେ ବିଜେପି ଯୁବ ମୋର୍ଚ୍ଚା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଗଞ୍ଜାମରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବମୋର୍ଚ୍ଚା ।

By

Published : Mar 2, 2023, 12:56 PM IST

Berhampur bjp yuva morcha protest
Berhampur bjp yuva morcha protest

Berhampur bjp yuva morcha protest

ବ୍ରହ୍ମପୁର:ରାଜଧାନୀର ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମୁହାଁମୁହିଁ ଘଟଣା । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବ୍ରହ୍ମପୁର ସହରରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି ଯୁବମୋର୍ଚ୍ଚା । ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବମୋର୍ଚ୍ଚା । ବିଜେପିର ବହୁ କର୍ମୀ ଏଥିରେ ସାମିଲ ହୋଇଥିଲେ ।

ଗତ ମଙ୍ଗଳବାର ନବଦାସ ହତ୍ୟା ଘଟଣା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ବରରେ ଏକ ବିଶାଳ ରାଲି କରିଥିଲା । ହଜାର ହଜାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଏହି ସମୟରେ ଯୁବମୋର୍ଚ୍ଚାଙ୍କ ଉପରକୁ ଢ଼େଲା, ପଥର ଓ ଅଣ୍ଡା ମାଡ ହୋଇଥିଲା । ପୋଲିସ କର୍ମୀ ମଧ୍ୟ ଅତର୍କିତ ଭାବେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କ ଉପରକୁ ଲାଠି ଚାର୍ଜ କରିଥିଲା । ମୋର୍ଚ୍ଚାର ନେତ୍ରୀ ମାନଙ୍କୁ ପୋଲିସ ମଧ୍ୟ ଆକ୍ରମଣ କରିଥିଲା । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି ବ୍ରହ୍ମପୁର ଯୁବମୋର୍ଚ୍ଚା ।

ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କୁ ଦୁର୍ବ୍ୟବହାର ପୋଲିସର ଅମାନବୀୟ ବ୍ୟବହାରକୁ ଦର୍ଶାଉଛି । ଏହି ଘଟଣାରେ ପୋଲିସ 100ରୁ ଉର୍ଦ୍ଧ୍ବ କର୍ମୀଙ୍କୁ ଆନ୍ଦୋଳନରୁ ଉଠାଇବା ସହ ପରବର୍ତ୍ତୀ ସମୟରେ ଯୁବମୋର୍ଚ୍ଚାର ରାଜ୍ୟ ସଭାପତିଙ୍କ ସହ 22 ଜଣ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କୁ ରାତି ଅଧିଆ ଗିରଫ କରିବା ଅଗଣତାନ୍ତ୍ରିକ ବୋଲି ବିଜେପି ଯୁବମୋର୍ଚ୍ଚା କହିଛି ।

ଯଥାଶୀଘ୍ର ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ସମସ୍ତ ଗିରଫ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କୁ ଛଡ଼ାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରୀ ତୀବ୍ରତର କରାଯିବ । ଏଥିପାଇଁ ରାଜ୍ୟ ସରକାର ନିଜେ ଦାୟୀ ରହିବେ ବୋଲି ଜିଲ୍ଲା ସଭାପତି ଶିବଶଙ୍କର ନାୟକ କହିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର, ତୁତୁନ ପାତ୍ର, ସମ୍ପାଦକ ମାତା ପ୍ରସାଦ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ସେହିପରି ମହେଶ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, ସୁନିଲ କୁମାର ସାହୁ, ଡ଼ା.ସୁବାଷ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ଏଲ୍.ମହୋନ ଦାସ, ରାମହରି ଖଣ୍ଡୁଆଳ,ରବିନ୍ଦ୍ର ସାହୁ, ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ, ସରୋଜ ପାତ୍ର,ଶ୍ରୀରାମ ଦୀନଦୟାଲଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details